ରାଜ୍ୟ

Young man missing: ହଠାତ ଆସିଲା ପାଣି, ଭାସିଗଲେ ଯୁବକ

ହଠାତ ନଦୀରେ ପାଣି ଆସିବାରୁ ଜଣେ ଯୁବକ ଭାସିଯାଇ ନିଖୋଜ ହୋଇଯାଇଛନ୍ତିI ନଦୀରେ ଗାଧୋଉଥିବା ବେଳେ ପ୍ରଖର ସୁଅରେ ଭାସିଯାଇ ରାୟଗଡ଼ା ଜିଲ୍ଲା ଗୁଡାରି ବ୍ଲକ ଏମ୍.କେ. ରାଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମେରିଆପାଙ୍ଗା...

ଗୁଡାରି (ମକରଧ୍ବଜ କାଦମ୍ବାଲୁ): ହଠାତ ନଦୀରେ ପାଣି ଆସିବାରୁ ଜଣେ ଯୁବକ ଭାସିଯାଇ ନିଖୋଜ ହୋଇଯାଇଛନ୍ତିI ନଦୀରେ ଗାଧୋଉଥିବା ବେଳେ  ପ୍ରଖର ସୁଅରେ ଭାସିଯାଇ ରାୟଗଡ଼ା ଜିଲ୍ଲା ଗୁଡାରି ବ୍ଲକ ଏମ୍.କେ. ରାଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମେରିଆପାଙ୍ଗା ଗ୍ରାମର ସନ୍ତୋଷ ପାଲାକା (୩୮) ଭାସି  ଯାଇଛନ୍ତି।

ସୂଚନା ଅନୁଯାୟୀ, ବାତ୍ୟା ମାଡ଼ି ଆସୁଥିବାରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ କେନ୍ଦୁଗୁଡ଼ା ଓ ହରଭଙ୍ଗା ଡ୍ୟାମରୁ ପାଣି ଛଡ଼ାଯାଇଥିଲା। ଫଳରେ ସାନନଦୀରେ ହଠାତ୍ ଜଳସ୍ତର ବୃଦ୍ଧି ପାଇଥିଲା। ତେବେ ଡ୍ୟାମ୍ ପାଣି ଛଡ଼ାଯିବା ସମ୍ପର୍କରେ ତଳିଆ ଅଞ୍ଚଳର ଲୋକଙ୍କୁ ଠିକ୍ ଭାବେ ସୂଚନା ଦିଆଯାଇ ନଥିବାରୁ ସ୍ଥାନୀୟ ଲୋକେ ଏ ବିଷୟରେ ଅବଗତ ନଥିଲେ। ଫଳରେ ଆଜି ସନ୍ତୋଷ ସାନନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲେ।

ଖବର ପାଇ ଗୁଡାରି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ଖୋଜାଖୋଜି ଆରମ୍ଭ କରିଛନ୍ତି। ପ୍ରଶାସନର ସୂଚନା ଅଭାବରୁ ଏଭଳି ଅଘଟଣ ଘଟିଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button