ରାଜ୍ୟ

New Ration Beneficiaries ୩.୩୧କୋଟି ରାସନକାର୍ଡଧାରୀ ତାଲିକାରେ ଯୋଡ଼ିହେଲେ ଆଉ ୮ଲକ୍ଷ ହିତାଧିକାରୀ

ଓଡ଼ିଶାରେ ୩.୩୧ କୋଟିରୁ ଅଧିକ ରାସନ ହିତାଧିକାରୀ ଅଛନ୍ତି। ଚଳିତ ବର୍ଷ ୩.୮୮ ଲକ୍ଷ ନୂଆ ରାସନ କାର୍ଡ ଅଧୀନରେ ୭.୬୯ ଲକ୍ଷ ହିତାଧିକାରୀ ଯୋଡ଼ି ହୋଇଛନ୍ତି।

ଭୁବନେଶ୍ବର:  ରାଜ୍ୟ ବିକାଶ କ୍ଷେତ୍ରରେ ଅଗ୍ରସର ହେଉଥିବା କୁହାଯାଉଛି, କିନ୍ତୁ ସରକାରଙ୍କ ମାଗଣା ରାସନକାର୍ଡଧାରୀଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି। ରାଜ୍ୟରେ ଥିବା ୩କୋଟି ୩୧ଲକ୍ଷରୁ ଊର୍ଦ୍ଧ୍ବ ରାସନକାର୍ଡଧାରୀଙ୍କ ମଧ୍ୟରେ ନୂତନ ଭାବେ ପ୍ରାୟ ୮ଲକ୍ଷ ହିତାଧିକାରୀ ଯୋଡ଼ି ହୋଇଛନ୍ତି।

ବିଧାୟକ ଅଶ୍ବିନୀ କୁମାର ପାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଦର୍ଶାଇଛନ୍ତି, ରାଜ୍ୟରେ ମୋଟ ୧କୋଟି ୩ଲକ୍ଷ ୧୮ହଜାର ୫ଶହ ପରିବାରର ୩କୋଟି ୩୧ଲକ୍ଷ ୪୩ହଜାର ୩୯୨ଜଣ ରାସନ ହିତାଧିକାରୀ ଅଛନ୍ତି। ଚଳିତ ବର୍ଷ ନୂଆ କରି ୩ଲକ୍ଷ ୮୮ହଜାର ୪୦୭ ପଡ଼ିକାର୍ଡ଼ ଅଧୀନରେ ୭ଲକ୍ଷ ୬୯ହଜାର ୪୬ଜଣ ହିତାଧିକାରୀ ଯୋଡ଼ି ହୋଇଛନ୍ତି।

ବିଭାଗୀୟ ମନ୍ତ୍ରୀଙ୍କ ତଥ୍ୟାନୁସାରେ, ରାଜ୍ୟରେ ମୋଟ ୧‌କୋଟି ୩ଲକ୍ଷ ୧୮ହଜାର ୫ଶହ ପରିବାରକୁ ପଡ଼ିକାର୍ଡ ମିଳିଛି।  ଏଥି ମଧ୍ୟରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ ଅଧିନରେ ୧୨ଲକ୍ଷ ୩୫ହଜାର ୯୧୧ଟି ପରିବାରର ୩୩ଲକ୍ଷ ୭୪ହଜାର ୬୭୩ ହିତାଧିକାରୀ ଅନ୍ୟୋଦୟ ଅନ୍ନ ଯୋଜନାରେ ସାମିଲ ହୋଇଥିବା ବେଳେ ୮୪ଲକ୍ଷ ୮୧ହଜାର ୬୭୪ ପରିବାରର ୨‌କୋଟି ୮୫ଲକ୍ଷ ୪୫ହଜାର ୯୬୩ ହିତାଧିକାରୀ ଅଗ୍ରାଧିକାରୀ ପରିବାର ‌ଶ୍ରେଣୀରେ ଅନ୍ତର୍ଭୁକ୍ତ।

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ ଅଧିନରେ ସମୁଦାୟ ୯୭ଲକ୍ଷ ୧୭ହଜାର ୫୮୫ ପରିବାରର ୩କୋଟି ୧୯ଲକ୍ଷ ୨୦ହଜାର ୬୩୬ ସଦସ୍ୟ ଅନ୍ତର୍ଭୁକ୍ତ। ସେହିପରି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସମୁଦାୟ ୬ଲକ୍ଷ ୯୧୫ ପରିବାରର ୧୨ଲକ୍ଷ ୨୨ହଜାର ୭୫୬ଜଣ ହିତାଧିକାରୀ ଅଛନ୍ତି। ଚଳିତ ବର୍ଷ ୩ଲକ୍ଷ ୭୨ହଜାର ୭୪ ପରିବାରର ୮ଲକ୍ଷ ୯୭ହଜାର ୧୪୫ ସଦସ୍ୟଙ୍କୁୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା(ଏସଏଫଏସଏସ)ରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ (ଏନଏଫଏସଏ) କୁ ସ୍ଥାନାନ୍ତରିତ କରାଯାଇଛି। ଚଳିତ ବର୍ଷ ୩ଲକ୍ଷ ୮୮ହଜାର ୪୦୭ କାର୍ଡ଼ର ସଦସ୍ୟ ସଂଖ୍ୟା ୭ଲକ୍ଷ ୬୯ହଜାର ୪୬ଜଣ ହିତାଧିକାରୀଙ୍କୁ ନୂଆ କରି ରାସନ ସାମଗ୍ରୀ‌ ଯୋଗାଇ ଦିଆଯାଇଛି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button