ବିଶେଷ

Sai’s saree: ସାଇଙ୍କ ୬୮ ହଜାର ଟଙ୍କିଆ ଶାଢ଼ି

ବିନା ମେକ୍‌ଅପ୍‌ ଲୁକ୍‌ ପାଇଁ ପରିଚିତ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାଇ ପଲ୍ଲବୀ ଏବେ ଏକ ଦାମୀ ଶାଢ଼ିକୁ ନେଇ ଚର୍ଚ୍ଚାରେ। ସରଳ ପୋଷାକ ଚୟନ ପାଇଁ ପ୍ରଶଂସକଙ୍କ ମଧ୍ୟରେ ତାଙ୍କର ସ୍ୱତନ୍ତ୍ର ଆକର୍ଷଣ ରହିଛି।

ବିନା ମେକ୍‌ଅପ୍‌ ଲୁକ୍‌ ପାଇଁ ପରିଚିତ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାଇ ପଲ୍ଲବୀ ଏବେ ଏକ ଦାମୀ ଶାଢ଼ିକୁ ନେଇ ଚର୍ଚ୍ଚାରେ। ସରଳ ପୋଷାକ ଚୟନ ପାଇଁ ପ୍ରଶଂସକଙ୍କ ମଧ୍ୟରେ ତାଙ୍କର ସ୍ୱତନ୍ତ୍ର ଆକର୍ଷଣ ରହିଛି। ଅଧିକାଂଶ ସମୟରେ ସେ ପାରମ୍ପରିକ ପୋଷାକ, ବିଶେଷକରି ଶାଢ଼ିରେ ନଜର ଆସନ୍ତି। ‘ରାମାୟଣ’ରେ ମାତା ସୀତାଙ୍କ ଚରିତ୍ରରେ ଦର୍ଶକଙ୍କ ମନ ଜିଣୁଥିବା ସାଇ ହାଇଦ୍ରାବାଦରେ ଆୟୋଜିତ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଓଏମ୍‌’ର ପ୍ରି-ରିଲିଜ୍‌ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ସମସ୍ତଙ୍କ ନଜର ଅଟକିଥିଲା ସେ ପିନ୍ଧିଥିବା ୬୮ ହଜାର ୫୦୦ ଟଙ୍କା ମୂଲ୍ୟର ଆକର୍ଷଣୀୟ କାଞ୍ଜିବରମ୍‌ ଶାଢ଼ି ଉପରେ।

ସାଇ ପିନ୍ଧିଥିବା ହାଲୁକା ରଙ୍ଗର ଏହି ଶାଢ଼ିରେ ହୋଇଥିବା କୁନ୍ଦନ କାରୁକାର୍ଯ୍ୟ ଏହାକୁ ବେଶ୍‌ ଆକର୍ଷଣୀୟ କରିଛି। ସବୁଜ ଓ ଲାଲ୍‌ ରଙ୍ଗର ପଥର ଏହାର ସୌନ୍ଦର୍ଯ୍ୟ ବଢ଼ାଇଛି। ସୁନେଲି ଜରିର ବର୍ଡର ସହ ଗାଢ଼ ଲାଲ୍‌ ରଙ୍ଗର ବ୍ଲାଉଜ୍‌ ତାଙ୍କ ପାରମ୍ପରିକ ରୂପକୁ ପୂର୍ଣ୍ଣତା ଦେଇଛି। ଖୋଲା କେଶ, ହାଲୁକା ମେକ୍‌ଅପ୍‌ ଓ ଛୋଟ କାନଫୁଲରେ ସେ ବେଶ୍‌ ସୁନ୍ଦର ଦିଶୁଥିଲେ।

 

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button