ବିଶେଷ

A Massive Planet Vanished: କିମାଶ୍ଚର୍ଯ୍ୟମ୍‌: ଉଭେଇଗଲା ବିରାଟ ଗ୍ରହ

ପ୍ରାୟ ୧୦୦୦ ଆଲୋକବର୍ଷ ଦୂରରେ ଥିବା ଏକ ଗ୍ରହ ହଠାତ୍‌ ଜ୍ୟୋତିର୍ବିଜ୍ଞାନୀମାନଙ୍କ ଦୃଷ୍ଟିରୁ ଉଭେଇ ଯାଇଛି। ଏହି ଉତ୍ତପ୍ତ ବାଷ୍ପୀୟ ଗ୍ରହର ଆକାର ବୃହସ୍ପତି ଗ୍ରହ ଆକାର ପାଖାପାଖି। ଏକ ଜ୍ୟୋତିର୍ବିଜ୍ଞାନୀ ଟିମ୍‌ ‘ନାସା’ର ‘ଟେସ୍‌’ ନାମକ ଦୂରବୀକ୍ଷଣ...

ପ୍ରାୟ ୧୦୦୦ ଆଲୋକବର୍ଷ ଦୂରରେ ଥିବା ଏକ ଗ୍ରହ ହଠାତ୍‌ ଜ୍ୟୋତିର୍ବିଜ୍ଞାନୀମାନଙ୍କ ଦୃଷ୍ଟିରୁ ଉଭେଇ ଯାଇଛି। ଏହି ଉତ୍ତପ୍ତ ବାଷ୍ପୀୟ ଗ୍ରହର ଆକାର ବୃହସ୍ପତି ଗ୍ରହ ଆକାର ପାଖାପାଖି। ଏକ ଜ୍ୟୋତିର୍ବିଜ୍ଞାନୀ ଟିମ୍‌ ‘ନାସା’ର ‘ଟେସ୍‌’ ନାମକ ଦୂରବୀକ୍ଷଣ ଯନ୍ତ୍ରରେ ତା’ ଉପରେ ୭ ବର୍ଷ ହେବ ନଜର ରଖିଥିଲେ। ତା’ର ନାଁ ଦିଆଯାଇଥିଲା ‘ଟିଓଆଇ-୨୫୩୫ବି’। ଏହା ସବୁବେଳେ ନିର୍ଦ୍ଦିଷ୍ଟ କକ୍ଷପଥରେ ତା’ର ସୂର୍ଯ୍ୟ ଚାରିପଟେ ଘୂରୁଥିଲା। ଏହାର କକ୍ଷପଥ ସେ ସୂର୍ଯ୍ୟର ଅତି ପାଖରେ ଥିଲା। ତେଣୁ ଥରେ ସୂର୍ଯ୍ୟ ଚାରିପଟେ ବୁଲିବାକୁ ତାକୁ ମାତ୍ର ୮ ଦିନ ଲାଗେ।

କ୍ରମେ ତା’ର ଘୂର୍ଣ୍ଣନ ସମୟରେ ବ୍ୟତିକ୍ରମ ଘଟିଲା। କେତେବେଳେ ତାହା ୬ ଘଣ୍ଟା ଆଗୁଆ ବା ୬ ଘଣ୍ଟା ଡେରିରେ ଦେଖାଦେଲା। ତା’ର ସୂର୍ଯ୍ୟ ଅତିକ୍ରମ ବେଗ ବି କମି ଆସିଲା। କିନ୍ତୁ, ଏ ବର୍ଷ ଆରମ୍ଭ ବେଳକୁ ସେ ଗ୍ରହଟି ଆଉ ଜ୍ୟୋତିର୍ବିଜ୍ଞାନୀଙ୍କ ଆଖିକୁ ଦିଶିଲା ନାହିଁ। ଜ୍ୟୋତିର୍ବିଜ୍ଞାନୀମାନେ ଜାଣନ୍ତି ଯେ ଆମ ସୌରଜଗତ ବାହାରେ ଥିବା ଗ୍ରହ ସବୁ ଏମିତି ଦୃଷ୍ଟି ଗୋଚର ଏବଂ ଅଗୋଚର ହୁଅନ୍ତି। ଏହାର କାରଣ ହେଉଛି ସେମାନଙ୍କର କକ୍ଷ ପଥ ସେ ସୂର୍ଯ୍ୟ ମଝିରୁ ତଳକୁ ଅଥବା ଉପରକୁ ହୋଇଯାଏ। କକ୍ଷପଥ ଏମିତି ହେବାକୁ କେତେ ଦଶନ୍ଧି ଅଥବା କେତେ ଶତାବ୍ଦୀ ଲାଗିଥାଏ। ଏବେ ମଧ୍ୟ ସେ ଗ୍ରହଟି ଆଗ ପରି ତା’ର ସୂର୍ଯ୍ୟ ଚାରିପଟେ ଘୂରୁଛି। କିନ୍ତୁ, ପୃଥିବୀରୁ ଥାଇ ତାହାକୁ ଆଉ ଦେଖି ହେଉନାହିଁ।

ସେ ଗ୍ରହଟି ତା’ର କକ୍ଷ ପଥରୁ ହଟିଯିବାର କାରଣ ମଧ୍ୟ ଜ୍ୟୋତିର୍ବିଜ୍ଞାନୀ ଟିମ୍‌ ନିରୂପଣ କରିଛନ୍ତି। ସେମାନେ କହୁଛନ୍ତି ଯେ ‘ଟିଓଆଇ-୨୫୩୫ବି’ ପାଖରେ ଆଉ ଗୋଟିଏ ଗ୍ରହ ଅଛି। ତାହାର ଆକର୍ଷଣ ଯୋଗୁଁ ‘ଟିଓଆଇ-୨୫୩୫ବି’ର କକ୍ଷପଥ ବଦଳି ଯାଇଛି। ଏବେ ସେ କକ୍ଷପଥରେ ଆର ଗ୍ରହଟି ଦେଖାଦେବ। ପୁଣି ତା’ର ପୁରୁଣା କକ୍ଷପଥକୁ ଫେରିବାକୁ ‘ଟିଓଆଇ-୨୫୩୫ବି’କୁ ଅତିକମ୍‌ରେ ୩୦ ବର୍ଷ ଲାଗିବ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button