୪୦୦ ଟ୍ବେଣ୍ଟି-୨୦ ୱିକେଟ୍ ନେବାରେ ଚହଲ ପ୍ରଥମ ଭାରତୀୟ
ଭାରତୀୟ କ୍ରିକେଟ୍ରେ ନୂଆ ଇତିହାସ ଯୋଡ଼ିଛନ୍ତି ଲେଗ୍ ସ୍ପିନର ୟୁଝବେନ୍ଦ୍ର ଚହଲ। ଟ୍ବେଣ୍ଟି-୨୦ କ୍ରିକେଟ୍ରେ ୪୦୦ ୱିକେଟ୍ ହାସଲ କରିବାରେ ସେ ପ୍ରଥମ ଭାରତୀୟ ବୋଲର ହୋଇଛନ୍ତି।

ଚଣ୍ଡିଗଡ଼: ଭାରତୀୟ କ୍ରିକେଟ୍ରେ ନୂଆ ଇତିହାସ ଯୋଡ଼ିଛନ୍ତି ଲେଗ୍ ସ୍ପିନର ୟୁଝବେନ୍ଦ୍ର ଚହଲ। ଟ୍ବେଣ୍ଟି-୨୦ କ୍ରିକେଟ୍ରେ ୪୦୦ ୱିକେଟ୍ ହାସଲ କରିବାରେ ସେ ପ୍ରଥମ ଭାରତୀୟ ବୋଲର ହୋଇଛନ୍ତି। ବୁଧବାର ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ହରିୟାଣା ପକ୍ଷରୁ ଖେଳି ତାମିଲନାଡ଼ୁ ବିପକ୍ଷ ମ୍ୟାଚ୍ରେ ଏହି ଐତିହାସିକ ସଫଳତା ପାଇଛନ୍ତି ୩୬ ବର୍ଷୀୟ ଚହଲ। ଚହଲ ୪ ଓଭରରେ ୧୬ ରନ୍ ଦେଇ ୩ ୱିକେଟ୍ ଅକ୍ତିଆର କରିଥିଲେ।
ତାଙ୍କ ମୋଟ ଟ୍ବେଣ୍ଟି-୨୦ ୱିକେଟ୍ ସଂଖ୍ୟା ୨୪୬ ମ୍ୟାଚ୍ରୁ ୪୦୨ରେ ପହଞ୍ଚିଛି। ତାଙ୍କ ଘାତକ ବୋଲିଂ ବଳରେ ତାମିଲନାଡ଼ୁ ୧୯.୫ ଓଭରରେ ୧୨୪ ରନ୍ରେ ଅଲ୍ଆଉଟ୍ ହୋଇଥିଲା। ଭାରତୀୟଙ୍କ ମଧ୍ୟରେ ଟ୍ବେଣ୍ଟି-୨୦ରେ ସର୍ବାଧିକ ୱିକେଟ୍ ହାସଲକାରୀ ଭାବେ ଚହଲ ଏବେ ଶୀର୍ଷରେ ରହିଛନ୍ତି। ଏହି ତାଲିକାରେ ଭୁବନେଶ୍ୱର କୁମାର ୩୬୬, ଯଶପ୍ରୀତ ବୁମ୍ରା ୩୫୪, ପୀୟୂଷ ଚାୱଲା ୩୨୯ ଓ ରବିଚନ୍ଦ୍ରନ ଅଶ୍ୱିନ ୩୨୩ ୱିକେଟ୍ ସହ ପରବର୍ତ୍ତୀ ୪ ସ୍ଥାନରେ ଅଛନ୍ତି।
ସୌଜନ୍ୟ ସମ୍ବାଦ




