ଖେଳ

Mohammed Siraj: ସିରାଜଙ୍କୁ ସ୍ଥାନ ନମିଳିବା ନେଇ ବଡ଼ ବିତର୍କ; ବିଶ୍ୱକପ ପ୍ଲାନ୍‌ରେ ନାହାନ୍ତି କି ? କ୍ରିକେଟ୍ କିମ୍ବଦନ୍ତୀ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୦/୧୧; ଦିନିକିଆ ଦଳରେ ରଖିଲେ କିନ୍ତୁ ଖେଳାଇଲେ ନାହିଁ । ୪ଟି ମ୍ୟାଚରେ ବସାଇଲେ ଶେଷ ମ୍ୟାଚରେ ସୁଯୋଗ ଦେଲେ । ସେ ବି ନିଜର ଦକ୍ଷତାର ପ୍ରମାଣ ଦେଇ ୨ଟି ୱିକେଟ୍ ହାତେଇଥିଲେ । ୪ଟି ବେଞ୍ଚରେ ବସାଇ ରଖିଲେ ଟେଷ୍ଟ ସିରିଜ୍ ପାଇଁ ରିଲିଜ୍ କଲେ ନି କି ପ୍ରସ୍ତୁତି ପାଇଁ ସମୟ ଦେଲେ ନାହିଁ । ଆଉ ଏବେ ଟେଷ୍ଟ ସିରିଜରୁ ଏକାଦଶରୁ ବାଦ ରଖିଲେ । ଆମେ କହୁଛି ମହମ୍ମଦ ସିରାଜଙ୍କୁ କଥା । ୱେଲିଂଟନରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରୁ ମହମ୍ମଦ ସିରାଜଙ୍କୁ ବାଦ ଦିଆଯିବାକୁ ନେଇ ବତର୍କ ଆରମ୍ଭ ହୋଇଛି । ପୂର୍ବତନ କିମ୍ବଦନ୍ତୀ କ୍ରିକେଟର ପ୍ରଶ୍ନ ଉଠାଇଛନ୍ତି । ଘରୋଇ  ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଦ୍ରୁତ  ବୋଲର ମହମ୍ମଦ ସିରାଜଙ୍କୁ ଏକାଦଶରେ  ସ୍ଥାନ ନମିଳିବା ନେଇ ବଡ଼  ବିତର୍କ ଆରମ୍ଭ ହୋଇଛି । ସିରାଜ ଜଣେ ମ୍ୟାଚ ବିଜେତା  ବୋଲର, ଏ କଥା ସେ ବାରମ୍ବାର ପ୍ରମାଣିତ କରିଛନ୍ତି । କିନ୍ତୁ କାହିଁକି ତାଙ୍କୁ ପ୍ରଥମ ଟେଷ୍ଟରୁ ଦୂରେଇ ରଖାଗଲା ? ସିରାଜଙ୍କ ଅନୁପସ୍ଥିତି  ନେଇ ସୁନୀଲ ଗାଭାସ୍କର ଓ ରବି ଶାସ୍ତ୍ରୀ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ।

ସିରାଜ ଶେଷ ଥର ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ଖେଳିଥିଲେ । ସେ ସେମିତି ଭଲ  ପ୍ରଦର୍ଶନ କରିପାରି ନଥିଲେ । ନ୍ୟୁଜିଲାଣ୍ଡ  ବିପକ୍ଷ ଅନ୍ତିମ ଦିନିକିଆରେ ମଧ୍ୟ ତାଙ୍କୁ  ସୁଯୋଗ ମିଳିଥିଲା । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଏକାଦଶରେ  ଯଶପ୍ରୀତ ବୁମରାଙ୍କ ସହ ଆକାଶ ଦୀପ, ଅଂଶୁଲ କାମ୍ବୋଜ ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ସାମିଲ  କରାଯାଇଥିଲା । ଗାଭାସ୍କର କହିଛନ୍ତି, ‘ଏକାଦଶରେ  ସିରାଜଙ୍କୁ ସ୍ଥାନ ନମିଳିବା ମୋତେ ଆଶ୍ଚର୍ଯ୍ୟ  କରିଛି । ସେ ସେମିତି କିଛି ତ୍ରୁଟି କରି ନାହାନ୍ତି ଯେ ତାଙ୍କୁ ଦଳରୁ ବାଦ ଦିଆଯିବ । ତାଙ୍କ ବୋଲିଂରେ ମଧ୍ୟ ସେମିତି କିଛି ତ୍ରୁଟି ନାହିଁ । ତାଙ୍କ ରିଦିମ ଭଲ ଅଛି । ନିକଟରେ ସେ ଯେଉଁ ମ୍ୟାଚ ଖେଳିଛନ୍ତି, ଭଲ କରିଛନ୍ତି । ମାତ୍ର ସିରାଜଙ୍କୁ କାହିଁକି ଦଳରେ ନିଆଗଲା ନାହିଁ, ମୋତେ ଜଣା ନାହିଁ । ଯେଉଁମାନେ  ସ୍ଥାନ ପାଇଛନ୍ତି, ସେମାନେ ଭଲ କରିବେ ବୋଲି ଆଶା କରୁଛି ।’

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button