ଦେଶ ବିଦେଶ

Shah Rukh Khan: ‘ମନେ ପଡ଼ିଲେ ଲୋମମୂଳ ଟାଙ୍କୁରି ଉଠେ, ମୋ ବାପା ଆତଙ୍କବାଦୀଙ୍କୁ ଦେଖିଲେ, ଆଉ ମୁଁ କସାବକୁ’: ପୀଡ଼ିତା

ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଶନିବାର ଦିନ ‘ଗ୍ଲୋବାଲ ପିସ୍ ଅନର୍ସ ୨୦୨୬’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ସେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କୁ ଏବଂ ଦେଶର ସୁରକ୍ଷା ପାଇଁ ନିଜ ଜୀବନ ବଳିଦାନ ଦେଇଥିବା ସହିଦ ସୁରକ୍ଷାକର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ହାଇଦ୍ରାବାଦ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଶନିବାର ଦିନ ‘ଗ୍ଲୋବାଲ ପିସ୍ ଅନର୍ସ ୨୦୨୬’  କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ସେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କୁ ଏବଂ ଦେଶର ସୁରକ୍ଷା ପାଇଁ ନିଜ ଜୀବନ ବଳିଦାନ ଦେଇଥିବା ସହିଦ ସୁରକ୍ଷାକର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ନିଜ ଭାଷଣରେ ‘କିଙ୍ଗ ଖାନ’ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ, ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ନିକଟରେ ଦିଲ୍ଲୀରେ ଘଟିଥିବା ବିସ୍ଫୋରଣରେ ପ୍ରାଣ ହରାଇଥିବା ନିରୀହ ଲୋକଙ୍କୁ ମନେ ପକାଇଥିଲେ। ସେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ବଞ୍ଚିଯାଇଥିବା ବ୍ୟକ୍ତିଙ୍କ ସହ କଥା ହୋଇଥିଲେ ଏବଂ ଆତଙ୍କବାଦୀ ଅଜମଲ କସାବ ବିରୋଧରେ କୋର୍ଟରେ ସାକ୍ଷ୍ୟ ଦେବା ପାଇଁ ଦେଖାଇଥିବା ସାହସ ନିମନ୍ତେ ପ୍ରଶଂସା କରିଥିଲେ।

ଶାହରୁଖ ଖାନ ୨୬/୧୧ ଆତଙ୍କବାଦୀ ଆକ୍ରମଣରୁ ବଞ୍ଚିଯାଇଥିବା ସବୁଠାରୁ କମ୍ ବୟସ୍କା ବ୍ୟକ୍ତି ଦେବିକା ରୋଟାୱାନଙ୍କ ସହ କଥା ହୋଇଥିଲେ। ଦେବିକା ସେହି ଭୟଙ୍କର ରାତିରେ ଯାହା ଦେଖିଥିଲେ ତାହା ଶାହାରୁଖଙ୍କ ସାମ୍ନାରେ ବର୍ଣ୍ଣନା କରିଥିଲେ ଏବଂ ଅଜମଲ କସାବ ବିରୋଧରେ ସାକ୍ଷ୍ୟ ଦେବା ପାଇଁ ସେ କିପରି ସାହସ ଜୁଟାଇଲେ, ସେ ବିଷୟରେ ଜଣାଇଥିଲେ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button