Accident: ରାସ୍ତାକଡ଼ର ଗଛକୁ ଶକ୍ତ ଧକ୍କା ଦେଲା ଦ୍ରୁତଗାମୀ ଭ୍ୟାନ୍, ୮ ଜଣଙ୍କ ମୃତ୍ୟୁ
ରାସ୍ତାକଡ଼ର ଏକ ଗଛକୁ ଶକ୍ତ ଧକ୍କା ଦେଲା ଦ୍ରୁତଗାମୀ ଭ୍ୟାନ୍, ଯେଉଁଥିରେ ୮ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ୨ ଜଣ ଗୁରୁତର ଅଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାମିଲନାଡୁର ତିରୁଚି ଜିଲ୍ଲା ଅଧୀନ ଥୁରାଇୟୁର-ମୁସିରି...

ଚେନ୍ନାଇ: ରାସ୍ତାକଡ଼ର ଏକ ଗଛକୁ ଶକ୍ତ ଧକ୍କା ଦେଲା ଦ୍ରୁତଗାମୀ ଭ୍ୟାନ୍, ଯେଉଁଥିରେ ୮ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ୨ ଜଣ ଗୁରୁତର ଅଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାମିଲନାଡୁର ତିରୁଚି ଜିଲ୍ଲା ଅଧୀନ ଥୁରାଇୟୁର-ମୁସିରି ରାଜ୍ୟ ରାଜପଥର କଧୁରପଟି ନିକଟରେ ରବିବାର ଅପରାହ୍ଣରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।
ପୁଲିସ କହିଛି, ଦୁର୍ଘଟଣାର ଶିକାର ହୋଇଥିବା ଲୋକମାନେ ତାଞ୍ଜାଭର ଜିଲ୍ଲା ତିରୁକଟ୍ଟୁପାଲିରେ କୌଣସି ଏକ ସମାରୋହରେ ଯୋଗଦେଇ ଘରକୁ ଫେରୁଥିଲେ। ସେମାନେ ଅପରାହ୍ଣ ୪ଟାରେ ଏକ ଭୟଙ୍କର ଦୁର୍ଘଟଣାର ସାମ୍ନା କରିଥିଲେ। ଗାଡ଼ିର ଚାଳକ ନିୟନ୍ତ୍ରଣ ହରାଇଥିଲେ। ସେ ରାସ୍ତାକଡ଼ର ଡାହାଣ ପାର୍ଶ୍ବରେ ଥିବା ଏକ ନିମଗଛରେ ଶକ୍ତ ଧକ୍କା ଦେଇଥିଲେ। କାରଟି ଦୁର୍ଘଟଣାର ଶିକାର ହେଲା ପରେ ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ୫ଜଣଙ୍କୁ ଗୁରୁତର ଅବସ୍ଥାରେ ମୁସିରି ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ଅନ୍ୟ ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଦୁର୍ଘଟଣାର ଶିକାର ହୋଇଥିବା ଲୋକେ ଏକ ଇଟାଭାଟିରେ କାମ କରୁଥିଲେ।
ପୁଲିସ କହିଛି ମୃତକମାନେ ହେଲେ ତାଞ୍ଜାଭୁର ଜିଲ୍ଲା ମହାରାଜାପୁରମର ଏ ମଣିକାମ (୫୦), ଶକ୍ତିଭେଲ (୪୨), ଜି ମୁରୁଗାନ (୩୮), ଏ ରାଜେଶ (୩୫), ଜି ଶୁବ୍ରମଣୀ (୩୯). ସତନପୁାା ଏସ୍ ସାଙ୍ଗିଲି (୪୮), ଏସ୍ ପଭାଦାଇ (୫୦) ଏବଂ ଟି ସୀତାରମଣ (୧୯)। ମୃତଦେହଗୁଡ଼ିକ ପୋଷ୍ଟମର୍ଟମ ପାଇଁ ତିରୁଚିସ୍ଥିତ ମହାତ୍ମା ଗାନ୍ଧୀ ସ୍ମାରକୀ ସରକାରୀ ଡାକ୍ତରଖାନାକୁ ନିଆଯାଇଛି। ମୁଖ୍ୟମନ୍ତ୍ରୀ ସି ଜୋସେଫ ବିଜୟ ଗୁରୁତରମାନଙ୍କର ଉପଯୁକ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପୁଲିସ ମାମଲାର ତଦନ୍ତ କରୁଛି।
ସୌଜନ୍ୟ ସମ୍ବାଦ




