ଖେଳ

Indi vs NZ Test: ଖୁଣ୍ଟ ପରି ଛିଡ଼ା ହେଲେ ମିଚେଲ-ଫିଲିପ୍ସ; ୱେଲିଂଟନ୍‌ରେ ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ‘ଡ୍ର’ରେ ଶେଷ

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଡ୍ରରେ ଶେଷ ହୋଇଛି। ପଞ୍ଚମ ଦିନରେ ନ୍ୟୁଜିଲାଣ୍ଡ ୧୨୦ ଓଭରରେ ପାଞ୍ଚ ୱିକେଟ୍ ବାକି ଥିବା ବେଳେ ୨୩୯ ରନ୍ କରିଥିଲା। ୧୨୦ ଓଭର ଖେଳ ପରେ ଉଭୟ ଦଳ ହାତ ମିଳାଇ ଡ୍ର ପାଇଁ ରାଜି...

ୱେଲିଂଟନ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଡ୍ରରେ ଶେଷ ହୋଇଛି। ପଞ୍ଚମ ଦିନରେ ନ୍ୟୁଜିଲାଣ୍ଡ ୧୨୦ ଓଭରରେ ପାଞ୍ଚ ୱିକେଟ୍ ବାକି ଥିବା ବେଳେ ୨୩୯ ରନ୍ କରିଥିଲା। ୧୨୦ ଓଭର ଖେଳ ପରେ ଉଭୟ ଦଳ ହାତ ମିଳାଇ ଡ୍ର ପାଇଁ ରାଜି ହୋଇଥିଲେ।

ନ୍ୟୁଜିଲାଣ୍ଡ ପାଇଁ ଗ୍ଲେନ୍ ଫିଲିପ୍ସ ଏବଂ ଡାରିଲ୍ ମିଚେଲ୍ ଚମତ୍କାର ଖେଳି ଟିମ୍ ଇଣ୍ଡିଆକୁ ବିଜୟ ସ୍ବପ୍ନ ଧୂଳିସାତ୍‌ କରିଥିଲେ। ଖେଳର ଶେଷ ସେସନ୍‌ରେ ଭାରତକୁ ବିଜୟ ପାଇଁ ପାଞ୍ଚ ୱିକେଟ୍ ଆବଶ୍ୟକ ଥିଲା। କିନ୍ତୁ ଫିଲିପ୍ସ ଏବଂ ମିଚେଲ୍ ସେମାନଙ୍କର ସାହସ ବଜାୟ ରଖିଥିଲେ। ଶେଷ ଦିନର ଦ୍ୱିତୀୟ ସେସନ୍‌ରେ ଭାରତ କେବଳ ଗୋଟିଏ ୱିକେଟ୍ ପାଇଥିଲା।

ଏହା ପୂର୍ବରୁ ଭାରତ ପାଇଁ ଦିନଟି ଭଲ ଆରମ୍ଭ ହୋଇଥିଲା। ୱାଶିଂଟନ୍ ସୁନ୍ଦର ଡେଭନ୍ କନୱେଙ୍କୁ ଏବଂ ପ୍ରସିଦ୍ଧ କୃଷ୍ଣ ରାଚିନ୍ ରବିନ୍ଦ୍ରଙ୍କୁ ଆଉଟ୍ କରିଥିଲେ, ଯାହା ନ୍ୟୁଜିଲାଣ୍ଡକୁ ଦୁଇଟି ବଡ଼ ଝଟକା ଦେଇଥିଲା। କନୱେ ୬୫ ରନ୍ କରି ବିଦାୟ ନେଇଥିଲେ। ରବିନ୍ଦ୍ର ୩୭ ରନ୍ କରିଥିଲେ। ଟିମ୍ ଇଣ୍ଡିଆ ୯ ୱିକେଟ୍ ହରାଇ ୭୨୦ ରନ୍ କରି ପ୍ରଥମ ଇନିଂସ ଘୋଷଣା କରିଥିଲା। ୩୫୨ ରନ୍‌ର ବିଶାଳ ଲିଡ୍ ନେଇଥିଲା। ଜବାବରେ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସରେ ୨ ୱିକେଟ୍ ହରାଇ ୧୧୯ ରନ୍ କରିଥିଲା। ପ୍ରଥମ ଇନିଂସରେ କିୱିମାନେ ୩୬୮ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button