ରାଜ୍ୟ

Boita Bandana: ବୋଇତ ବନ୍ଦାଣ ପୂର୍ବରୁ ପୌରପାଳିକାର ଅବହେଳା, ଅଧାରେ ଅଟକିଲା ତୁଠ ସଫେଇ

ଜୟପୁର, ୨୩।୧୧: ଦିନକ ପରେ ବୋଇତ ବନ୍ଦାଣ ଉତ୍ସବ । ପୌରସଂସ୍ଥା ପକ୍ଷରୁ ଜଗନ୍ନାଥସାଗର, ଖଜୁରୀବନ୍ଧ, ଗୋବର୍ଦ୍ଧନମୁଣ୍ଡାର ୪ଟି ତୁଠ ସଫେଇ କରାଯାଇଛି । ତୁଠରେ ରଙ୍ଗ ଦିଆଯାଇଛି । ଜଗନ୍ନାଥ ସାଗରର ଗୋଟିଏ ତୁଠ ସଫା କରିଯାଇଥିବା ବେଳେ ଏହାର ୨ଟି ତୁଠ ସଫେଇ କରିବାକୁ ସଂସ୍ଥା ଭୁଲିଯାଇଛି । ସାଗର ପୁନରୁଦ୍ଧାର ସମୟରେ ତୁଠରେ ପକାଯାଇଥିବା ଆବର୍ଜନା ଏଯାଏ ସ୍ଥାନାନ୍ତର କରାଯାଇନି । ତୁଠରେ ଭର୍ତ୍ତି ହୋଇ ରହିଛି ଆବର୍ଜନା । ଏହାକୁ ନେଇ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି । ମଙ୍ଗଳବାର ଭୋରରେ ବୋଇତ ବନ୍ଦାଣ ଉତ୍ସବ । ସ୍ଥାନୀୟ ଜଗନ୍ନାଥସାଗର ସମେତ କୁମ୍ଭାରସାହି ବନ୍ଧ, କେନାଲ, ନୀଳକଣ୍ଠସାଗର ତୁଠରେ ଡଙ୍ଗା ଭସାଇବେ ସହରବାସୀ । ଏହାପୂର୍ବରୁ କେବଳ ଜଗନ୍ନାଥସାଗରର ୨ଟି, ଖଜୁରୀବନ୍ଧର ୨ଟି ଓ ଗୋବର୍ଦ୍ଧନାମୁଣ୍ଡାର ଗୋଟିଏ ତୁଠ ସଫାସୁତରା କରାଯାଇଛି । ପ୍ରତିବର୍ଷ ଭଳି ଜଗନ୍ନାଥ ସାଗର ରାସ୍ତାର ଗୋଟିଏ ତୁଠରେ ୨ଟି ତୁଳସୀ ଚଉଁରା ଓ ବସିବା ସ୍ଥାନରେ ରଙ୍ଗ ଦିଆଯାଇଛି । ଆଲୋକମାଳାରେ ସଜ୍ଜିତ କରାଯାଇଛି । ପୂଜାର୍ଚ୍ଚନା ସହ ଡଙ୍ଗା ଭସାଇବା ଲାଗି କୌଣସି ଅସୁବିଧା ଯେପରି ନହେବ ସେଥିଲାଗି ବ୍ୟବସ୍ଥା କରାଯାଇଛି । ଖଜୁରୀବନ୍ଧର ୨ଟି ତୁଠର ତୁଳସୀ ଚଉଁରାରେ ରଙ୍ଗ ଦିଆଯାଇଛି । ତୁଠ ନିକଟରୁ ଆବର୍ଜନା ସହ ଦଳ ବାହାର କରାଯାଇଛି ।

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button