Odisha Assembly: ଚତୁର୍ଥ ଦିନରେ ଗୃହ ସ୍ବାଭାବିକ; କୋଟିଆ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରତିଶ୍ରୁତି ମିଳିବା ପରେ ଚାଲିଲା ପ୍ରଶ୍ନକାଳ

ଭୁବନେଶ୍ବର, ୨୩/୧୧: ବିଧାନସଭା ଶୀତକାଳୀନ ଅଧିବେଶନର ଚତୁର୍ଥ ଦିନ । ତିନି ଦିନ ମୁଲତବୀ ପରେ ଆଜି ସ୍ବାଭାବିକ ହୋଇଛି । ଗୃହ କାର୍ଯ୍ୟ ଆରମ୍ଭରୁ କଂଗ୍ରେସ ବିଧାୟକ ମାନେ କୋଟିଆ ପ୍ରସଂଗରେ ହୋହଲ୍ଲା କରିଥିଲେ । ଆଲୋଚନା ପାଇଁ ଦାବି ଜଣାଇଥିଲେ । ବାଚସ୍ପତି ସୁରମା ପାଢୀ କୋଟିଆ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରତିଶ୍ରୁତି ଦେବା ପରେ କଂଗ୍ରେସ ବିଧାୟକ ମାନେ ନିଜ ନିଜ ଆସନରେ ବସିଥିଲେ ।
ଆଜି ଶୀତ ଅଧିବେଶନର ଚତୁର୍ଥ ଦିନରେ ପ୍ରଶ୍ନ କାଳ ସ୍ବାଭାବିକ ହୋଇଛି । ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭିନ୍ନ ବିଭାଗର ମନ୍ତ୍ରୀ । ଅନ୍ୟପଟେ ଶୀତକାଳୀନ ଅଧିବେଶନର ପ୍ରଥମ ତିନି ବିରୋଧୀଙ୍କ ହୋହଲ୍ଲାରେ ଧୋଇଯାଇଥିଲା । ବାତ୍ୟା, ବନ୍ୟା ବିଫଳତାକୁ ନେଇ ବିଜେଡ଼ି ମୁଖ୍ୟ ମୁଦ୍ଦା କରିଥିଲା । ସେହିପରି କୋଟିଆ ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲା କଂଗ୍ରେସ । ଗୃହ ଚଳାଇବା ଅସମ୍ଭବ ହୋଇପଡ଼ିଥିଲା । ପରେ ବାଚସ୍ପତି ଗୃହକୁ ସ୍ବାଭାବିକ କରିବା ପାଇଁ ସର୍ବଦଳୀୟ ବୈଠକ ଡାକିଥିଲେ ।
ସୌଜନ୍ୟ ପ୍ରମେୟ




