ରାଜ୍ୟ

Bird Flu Vaccine: କୁକୁଡ଼ା ଚାଷୀଙ୍କ ଚିନ୍ତା ଗଲା ,ବାର୍ଡଫ୍ଲୁ ରୋକିବ ସ୍ବଦେଶୀ ଟିକା

ଭୁବନେଶ୍ୱର,୨୩\୧୧: କୁକୁଡ଼ା, ବତକ ଚାଷୀଙ୍କ ପାଇଁ ଖୁସି ଖବର । ଏଣିକି ପକ୍ଷୀଙ୍କୁ ବାର୍ଡଫ୍ଲୁ ହେଲେ ଆଉ ଚିନ୍ତା ନାହିଁ । ଭାରତ ସରକାରଙ୍କ ନେତୃତ୍ୱରେ ଭୋପାଳସ୍ଥିତ ଆଇସିଏଆର୍-ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହାଇ ସିକ୍ୟୁରିଟି ଆନିମଲ ଡିଜିଜେସର ବୈଜ୍ଞାନିକମାନେ ଏହାର ସମାଧାନ ବାହାର କରିଛନ୍ତି । ଭାରତରେ ପ୍ରଥମ ଥର ତିଆରି ହୋଇଥିବା ବାର୍ଡ ଫ୍ଲୁ ଟିକା କୁକୁଡ଼ା ଚାଷୀଙ୍କ ପାଇଁ ବରଦାନ ପାଲଟିବ । ଏହି ଟିକାର ନାଁ ରହିଛି ‘ଇନ୍ଆକ୍ଟିଭେଟେଡ୍ ଏଚ୫ଏନ୧ ହାଇଲି ପାଥୋଜେନିକ୍ ଏଭିଆନ୍ ଇନଫ୍ଲୁଏଞ୍ଜା ଭାଇରସ୍ ଟିକା’ ।

 

ଗତ ଶୁକ୍ରବାର କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଭୋପାଳରେ ଏହି ସ୍ୱଦେଶୀ ବାର୍ଡଫ୍ଲୁ ଟିକାକୁ ଉନ୍ମୋଚନ କରିଛନ୍ତି । ମନ୍ତ୍ରୀ ସୂଚନା ଦେଇଥିଲେ, ୨୦୦୬ରେ ମହାରାଷ୍ଟ୍ରରେ ପ୍ରଥମ ଥର ପାଇଁ ବାର୍ଡ ଫ୍ଲୁ ଦେଖାଦେଇଥିଲା, ଯେଉଁଥିରେ ୧୦ ଲକ୍ଷ କୁକୁଡ଼ାଙ୍କ ମୃତ୍ୟୁ ଘଟିଥିଲା । ସଂକ୍ରମଣକୁ ରୋକିବା ପାଇଁ ଆହୁରି ଲକ୍ଷ ଲକ୍ଷ ପକ୍ଷୀଙ୍କୁ ମାରି ପୋତି ଦେବାକୁ ପଡ଼ିଥିଲା । ଏହା ପରେ, ୨୦୨୧ରେ ପ୍ରାୟ ୯ ଲକ୍ଷ କୁକୁଡ଼ାଙ୍କ ମୃତ୍ୟୁ ହୋଇଥିଲା ଏବଂ ଚଳିତ ବର୍ଷ ଆଉ ୨ ଲକ୍ଷ କୁକୁଡ଼ାଙ୍କ ମୃତ୍ୟୁ ଘଟିଛି । ୨୦୦୬ରୁ ଆଜି ଯାଏ ଭାରତରେ ୫୦୦ରୁ ଅଧିକ ଥର ‘ବାର୍ଡ ଫ୍ଲୁ’ ପ୍ରକୋପ ଦେଖାଦେଇଛି, ଯାହା କୁକୁଡ଼ା ପାଳନ ଶିଳ୍ପ (ପୋଲଟ୍ରି ଇଣ୍ଡଷ୍ଟ୍ରି) ଉପରେ ବ୍ୟାପକ କ୍ଷତି ପହଞ୍ଚାଇଛି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button