ଦେଶ ବିଦେଶ

Jensen Huang: ଆମେରିକାର ସେୟାର ବଜାରରେ ଉତ୍ସାହ: ଦିନକରେ ଜେନସେନ୍‌ ହୁଆଙ୍ଗଙ୍କ ସମ୍ପତ୍ତି ୩୩ ବିଲିୟନ ଡଲାର ବଢ଼ିଲା

ଆମେରିକାର ସେୟାର ବଜାରରେ ଜୋରଦାର ଉତ୍ସାହ ଦେଖାଦେଇଛି। ଏହାର ଲାଭ ପାଇଛନ୍ତି ଏନଭିଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଜେନସେନ୍ ହୁଆଙ୍ଗ। ମାତ୍ର ଗୋଟିଏ ଦିନରେ ସୋମବାର ତାଙ୍କ ସମ୍ପତ୍ତିରେ ପ୍ରାୟ ୩୩ ବିଲିୟନ ଡଲାର ବୃଦ୍ଧି ହୋଇଛି।

ୱାସିଂଟନ: ଆମେରିକାର ସେୟାର ବଜାରରେ ଜୋରଦାର ଉତ୍ସାହ ଦେଖାଦେଇଛି। ଏହାର ଲାଭ ପାଇଛନ୍ତି ଏନଭିଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଜେନସେନ୍ ହୁଆଙ୍ଗ। ମାତ୍ର ଗୋଟିଏ ଦିନରେ ସୋମବାର ତାଙ୍କ ସମ୍ପତ୍ତିରେ ପ୍ରାୟ ୩୩ ବିଲିୟନ ଡଲାର ବୃଦ୍ଧି ହୋଇଛି।

ଫୋର୍ବସ୍‌ର ଆକଳନ ଅନୁସାରେ, ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୧୪୩ ବିଲିୟନ ଡଲାରରେ ପହଞ୍ଚିଛି। ଏହାର ପ୍ରମୁଖ କାରଣ ହେଉଛି ଏନଭିଡିଆର ସେୟାର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି। ସୋମବାର ଏନଭିଡିଆର ସେୟାର ମୂଲ୍ୟ ୩୧.୪୮% ବଢ଼ି ୧୬୫.୦୫ ଡଲାରରେ ପହଞ୍ଚିଛି। ଏଥିଯୋଗୁ କମ୍ପାନିର ବଜାର ପୁଞ୍ଜି ପ୍ରାୟ ୩.୯୮ ଟ୍ରିଲିୟନ ଡଲାର ହୋଇଛି। ଦିନକରେ କମ୍ପାନିର ବଜାର ମୂଲ୍ୟରେ ୯୫୨ ବିଲିୟନ ଡଲାରରୁ ଅଧିକ ବୃଦ୍ଧି ହୋଇଥିଲା। ୨୦୨୧ରେ ହୁଆଙ୍ଗଙ୍କ ସମ୍ପତ୍ତି ପ୍ରାୟ ୧୨ ବିଲିୟନ ଡଲାର ଥିଲା। କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ବିଶ୍ୱବ୍ୟାପୀ ଚାହିଦା ବୃଦ୍ଧି ତାଙ୍କ ସମ୍ପତ୍ତି ବୃଦ୍ଧିରେ ବଡ଼ ଭୂମିକା ନେଇଛି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button