ଦେଶ ବିଦେଶ

Jensen Huang: ସାମନାକୁ ଆସିଲା ଜେନସେନ୍‌ଙ୍କର ଚତୁର୍ଥ ପରକୀୟା ପ୍ରୀତି

ବିଶ୍ବର ପ୍ରମୁଖ ଚିପ୍‌ ନିର୍ମାତା ଏନ୍‌ଭିଡିଆ ସିଇଓ ଜେନସେନ୍‌ ହୁଆଙ୍ଗ ତାଙ୍କର ଆଉ ଏକ ପରକୀୟା ପ୍ରୀତି ସମ୍ପର୍କରେ ବୋର୍ଡକୁ ଜଣାଇଛନ୍ତି। ରବିବାର କମ୍ପାନିର ବୋର୍ଡ ବୈଠକରେ ଦୀର୍ଘ ସମୟ ଆଲୋଚନା ସମୟରେ ସେ ଏ ନେଇ ‌ତଥ୍ୟ ରଖିଛନ୍ତି ବୋଲି...

ୱାସିଂଟନ: ବିଶ୍ବର ପ୍ରମୁଖ ଚିପ୍‌ ନିର୍ମାତା ଏନ୍‌ଭିଡିଆ ସିଇଓ ଜେନସେନ୍‌ ହୁଆଙ୍ଗ ତାଙ୍କର ଆଉ ଏକ ପରକୀୟା ପ୍ରୀତି ସମ୍ପର୍କରେ ବୋର୍ଡକୁ ଜଣାଇଛନ୍ତି। ରବିବାର କମ୍ପାନିର ବୋର୍ଡ ବୈଠକରେ ଦୀର୍ଘ ସମୟ ଆଲୋଚନା ସମୟରେ ସେ ଏ ନେଇ ‌ତଥ୍ୟ ରଖିଛନ୍ତି ବୋଲି ୱାଲ ଷ୍ଟ୍ରିଟ୍‌ ଜର୍ଣ୍ଣାଲ ପକ୍ଷରୁ ରିପୋର୍ଟ କରାଯାଇଛି।

ପୂର୍ବରୁ ଚୀନର ମହିଳା ଆଲିସ ହୁଆଙ୍ଗଙ୍କ ସହିତ ତାଙ୍କର ପରକୀୟା ପ୍ରୀତି ସମ୍ପର୍କ ଥିବା ବିଷୟକୁ ସେ ସ୍ବୀକାର କରିଥିଲେ। ସଂପୃକ୍ତ ମହିଳା ଜଣକ ଚୀନ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗ ରହିଛି। ଏଥିସହିତ କମ୍ପାନିର ଉପସଭାପତି କିମ୍ବରଲି ପାୱେଲଙ୍କ ସହିତ ମଧ୍ୟ ଜେନସେନ୍‌ଙ୍କର ସମ୍ପର୍କ ଥିବା ରିପୋର୍ଟ ସାମନାକୁ ଆସିଥିଲା। ଏହା ପରେ ଜେନସେନ୍‌ଙ୍କର କମ୍ପାନିର ଅନ୍ୟ ଜ‌ଣେ ଅଜ୍ଞାତ ମହିଳାଙ୍କ ସହିତ ସମ୍ପର୍କ ଥିଲା ବୋଲି ଚର୍ଚ୍ଚା ହୋଇଥିଲା। ତେଣୁ ପୂର୍ବର ୩ ମହିଳାଙ୍କ ପରକୀୟା ସମ୍ପର୍କ ବିଚାରକୁ ନେଲେ ଅତିକମ୍‌ରେ ଏହା ହେବ ୬୩ ବର୍ଷୀୟ ଜେନସେନ୍‌ଙ୍କର ଚତୁର୍ଥ ପରକୀୟା ପ୍ରୀତି।

ଉଲ୍ଲେଖଯୋଗ୍ୟ, ଚୀନ ମହିଳା ଆଲିସଙ୍କ ସହ ପରକୀୟା ପ୍ରୀତି ସମ୍ପର୍କ ଥିବା ଖବର ପଦାରେ ପଡ଼ିବା ପରେ ଜେନସେନ୍‌ ପ୍ରବଳ ଚାପର ସମ୍ମୁଖୀନ ହୋଇ କମ୍ପାନିର ସିଇଓ ପଦରୁ ଚଳିତମାସ ୧୨ ତାରିଖରେ ଇସ୍ତଫା ଦେଇଥିଲେ। ତେବେ ଯେଉଁ ମହିଳାଙ୍କ ସହିତ ଜେନସେନ୍‌ଙ୍କର ସମ୍ପର୍କ ଥିବା ବିଷୟ ବୋର୍ଡ ବୈଠକରେ ଆଲୋଚନା ହୋଇଛି ତାଙ୍କ ପରିଚୟ ପ୍ରକାଶ କରାଯାଇ ନାହିଁ। ବୋର୍ଡ ସଦସ୍ୟମାନେ ତାଙ୍କୁ ଦୀର୍ଘ ସମୟ ଧରି ତାଙ୍କର ଆଚରଣ ସଂପର୍କରେ ପଚରାଉଚରା କରିବା ପରେ ଏହି ଘଟଣା ସାମନାକୁ ଆସିଛି। ଏହା ପରେ ବୋର୍ଡ ତାଙ୍କୁ ସର୍ବସମ୍ମତିକ୍ରମେ କମ୍ପାନିର ସିଇଓ ପଦରେ ଅବସ୍ଥାପିତ କରିବା ପାଇଁ ନିଷ୍ପତ୍ତି ନେଇଥିଲା।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button