ଦେଶ ବିଦେଶ

Uttar Pradesh: ଉପହାର ବଦଳ‌ରେ ଅତିଥିମାନଙ୍କୁ ତିନୋଟି ନିର୍ଦ୍ଦିଷ୍ଟ ଶପଥ ନେବାକୁ ଅନୁରୋଧ କଲେ ବର

ଉତ୍ତର ପ୍ରଦେଶର ମୋରାଦାବାଦରେ ଜଣେ ବରଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ବିବାହ ସମୟରେ ଅତିଥିମାନଙ୍କଠାରୁ ଶୁଭେଚ୍ଛା ଏବଂ ଉପହାର ଗ୍ରହଣ କରିବା ଏକ ପରମ୍ପରା, କିନ୍ତୁ ଅନମୋଲ ଅଗ୍ରୱାଲ ନିଜ ବିବାହକୁ ଏକ ନିଆରା ଢଙ୍ଗରେ ସ୍ମରଣୀୟ କରିବାକୁ ଚାହିଁଛନ୍ତି।

ମୋରାଦାବାଦ: ଉତ୍ତର ପ୍ରଦେଶର ମୋରାଦାବାଦରେ ଜଣେ ବରଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ବିବାହ ସମୟରେ ଅତିଥିମାନଙ୍କଠାରୁ ଶୁଭେଚ୍ଛା ଏବଂ ଉପହାର ଗ୍ରହଣ କରିବା ଏକ ପରମ୍ପରା, କିନ୍ତୁ ଅନମୋଲ ଅଗ୍ରୱାଲ ନିଜ ବିବାହକୁ ଏକ ନିଆରା ଢଙ୍ଗରେ ସ୍ମରଣୀୟ କରିବାକୁ ଚାହିଁଛନ୍ତି। ସେ ବିବାହରେ ଯୋଗ ଦେଉଥିବା ଅତିଥିମାନଙ୍କୁ ତିନୋଟି ନିର୍ଦ୍ଦିଷ୍ଟ ଶପଥ ନେବାକୁ ଅନୁରୋଧ କରିଛନ୍ତି।

 ତିନୋଟି ଶପଥ ନେବା ପାଇଁ ବରଙ୍କ ଅନୁରୋଧ

ମୋରାଦାବାଦର ଇନ୍ଦିରା କଲୋନୀ ନିବାସୀ ଜିତେନ୍ଦ୍ର ଅଗ୍ରୱାଲଙ୍କ ପୁଅ ଅନମୋଲ ଅଗ୍ରୱାଲ ଆସନ୍ତା ନଭେମ୍ବର ୨୫ରେ ବିବାହ କରିବାକୁ ଯାଉଛନ୍ତି। ବିସୋମବାର ଦିନ ‘ହଳଦୀ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହା ପରେ, ଅନମୋଲ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି ନିଜ ବିବାହରେ ଯୋଗ ଦେଉଥିବା ଅତିଥି ଏବଂ ଅନ୍ୟମାନଙ୍କୁ ତିନୋଟି ଶପଥ ନେବାକୁ ଅନୁରୋଧ କରିଛନ୍ତି।

ଭିଡିଓରେ, ଅନମୋଲ ଅଗ୍ରୱାଲ ପ୍ରଥମେ ପରିବେଶ ସୁରକ୍ଷା ବିଷୟ ଉଠାଇଛନ୍ତି। ସେ ଲୋକମାନଙ୍କୁ ଅନ୍ତତଃ ଗୋଟିଏ ଚାରା ରୋପଣ କରିବା ଏବଂ ତାହାର ଯତ୍ନ ନେବା ପାଇଁ ଶପଥ ନେବାକୁ ଅନୁରୋଧ କରିଛନ୍ତି। ସେ ଗୁରୁତ୍ୱାରୋପ କରିଛନ୍ତି ଯେ ପରିବେଶର ସୁରକ୍ଷା କରିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଦାୟିତ୍ୱ ଏବଂ ଛୋଟ ଛୋଟ ପ୍ରୟାସ ମଧ୍ୟ ବଡ଼ ପରିବର୍ତ୍ତନ ଆଣିପାରେ। ଅନମୋଲଙ୍କ ଦ୍ୱିତୀୟ ନିବେଦନଟି ରାଜନୈତିକ ଥିଲା। ସେ ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ଲକ୍ଷ୍ୟ କରି ଲୋକମାନଙ୍କୁ ଯୋଗୀ ଆଦିତ୍ୟନାଥଙ୍କୁ ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରିବାକୁ ଅନୁରୋଧ କରିଛନ୍ତି।

ଅନମୋଲ ଅଗ୍ରୱାଲଙ୍କ ତୃତୀୟ  ଓ ଶେଷ ସଂକଳ୍ପ  ମୋରାଦାବାଦ ସିଟି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ରିତେଶ ଗୁପ୍ତାଙ୍କୁ ସମର୍ଥନ କରିବା ସହ ଜଡ଼ିତ। ସେ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ଯେ, ଯଦି ଭବିଷ୍ୟତରେ ଦଳ ରିତେଶ ଗୁପ୍ତାଙ୍କୁ ପୁନର୍ବାର ଟିକେଟ୍ ଦେବାକୁ ନିଷ୍ପତ୍ତି ନିଏ, ତେବେ ସେମାନେ ତାଙ୍କୁ ପୁଣିଥରେ ବିଧାୟକ ଭାବେ ନିର୍ବାଚିତ କରନ୍ତୁ ଏବଂ ବିଧାନସଭାକୁ ପଠାନ୍ତୁ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button