ଦେଶ ବିଦେଶ

BJP SAD alliance: ମୋଦୀଙ୍କ ହସ୍ତକ୍ଷେପ ଓ କେନ୍ଦ୍ରମନ୍ତ୍ରୀ ସିଆର୍‌ ପାଟିଲଙ୍କ ଉଦ୍ୟମରେ ହୋଇଛି ବିଜେପି-ଅକାଳୀ ମେଣ୍ଟ

ପଞ୍ଜାବରେ ୨୦୨୭ ବିଧାନସଭା ନିର୍ବାଚନ ପାଇଁ ବିଜେପି ଓ ଶିରୋମଣି ଅକାଳୀ ଦଳ (ଏସ୍‌ଏଡି) ପୁଣିଥରେ ମେଣ୍ଟ କରିଛନ୍ତି। ୬ ବର୍ଷର ବିଚ୍ଛେଦ ପରେ ଦୁଇ ପୁରୁଣା ସହଯୋଗୀ ଏକାଠି ହେବା ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ସହ ଗୁଜରାଟର...

ନୂଆଦିଲ୍ଲୀ: ପଞ୍ଜାବରେ ୨୦୨୭ ବିଧାନସଭା ନିର୍ବାଚନ ପାଇଁ ବିଜେପି ଓ ଶିରୋମଣି ଅକାଳୀ ଦଳ (ଏସ୍‌ଏଡି) ପୁଣିଥରେ ମେଣ୍ଟ କରିଛନ୍ତି। ୬ ବର୍ଷର ବିଚ୍ଛେଦ ପରେ ଦୁଇ ପୁରୁଣା ସହଯୋଗୀ ଏକାଠି ହେବା ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ସହ ଗୁଜରାଟର ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର୍‌ ପାଟିଲଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପଞ୍ଜାବରେ ଦୁଇ ଦଳର ନିର୍ବାଚନୀ ସମ୍ଭାବନା ଆକଳନ କରିବା ପାଇଁ ପାଟିଲ ଭୂମିସ୍ତରରେ ଏକାଧିକ ସର୍ଭେ କରାଇଥିଲେ। ସର୍ଭେର ଫଳାଫଳ ମେଣ୍ଟ ସପକ୍ଷରେ ଯାଇଥିବାରୁ ଦଳୀୟ ନେତୃତ୍ୱ ଏହି ନିଷ୍ପତ୍ତି ନେଇଥିବା ରିପୋର୍ଟରେ କୁହାଯାଇଛି।

୪ ଥରର ସାଂସଦ ପାଟିଲ ଗୁଜରାଟର ନବସାରୀ ଲୋକସଭା ଆସନରୁ ନିର୍ବାଚିତ ହୋଇଛନ୍ତି। ୧୯୯୫ରୁ ମୋଦୀଙ୍କ ସହ ତାଙ୍କର ରାଜନୈତିକ ସମ୍ପର୍କ ରହିଛି। ୨୦୧୪ରେ ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ବାରାଣସୀ ଲୋକସଭା ଆସନର ନିର୍ବାଚନୀ ପରିଚାଳନା ଦାୟିତ୍ୱ ମଧ୍ୟ ପାଟିଲଙ୍କୁ ଦିଆଯାଇଥିଲା। ଏବେ ପଞ୍ଜାବରେ ବିଜେପିର ନିର୍ବାଚନୀ ରଣନୀତି ଓ ସର୍ଭେ ପରିଚାଳନାରେ ସେ ମୁଖ୍ୟ ଭୂମିକା ନେଇଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button