ରାଜ୍ୟ

Police SI: ପୁଲିସ ଏସ୍‌ଆଇଙ୍କ ସନ୍ଦେହଜନକ ମୃତ୍ୟୁ

ରାୟଗଡ଼ା ଜିଲ୍ଲା ପୁଟାସିଂ ଥାନାରେ କାର୍ଯ୍ୟରତ ସବ୍‌ ଇନ୍‌ସ୍ପେକ୍ଟର (ଏସ୍‌ଆଇ) ବାପୁଜୀ ମଲ୍ଲିକ (୫୮)ଙ୍କ ମଙ୍ଗଳବାର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଆଜି ପୂର୍ବାହ୍ଣରେ ବାପୁଜୀଙ୍କୁ କ୍ବାର୍ଟର୍ସରୁ ଅଚେତ ଅବସ୍ଥାରେ ଉଦ୍ଧାର

ଗୁଣପୁର/ରାୟଗଡ଼ା: ରାୟଗଡ଼ା ଜିଲ୍ଲା ପୁଟାସିଂ ଥାନାରେ କାର୍ଯ୍ୟରତ ସବ୍‌ ଇନ୍‌ସ୍ପେକ୍ଟର (ଏସ୍‌ଆଇ) ବାପୁଜୀ ମଲ୍ଲିକ (୫୮)ଙ୍କ ମଙ୍ଗଳବାର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି।  ଆଜି ପୂର୍ବାହ୍ଣରେ ବାପୁଜୀଙ୍କୁ କ୍ବାର୍ଟର୍ସରୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବାପୁଜୀଙ୍କ ଘର ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ସିଦ୍ଧପୁର ଗ୍ରାମରେ।

ବାପୁଜୀ ପ୍ରାତଃଭ୍ରମଣରୁ ଫେରିବା ପରେ କ୍ବାର୍ଟର୍ସରେ ଥିଲେ। ରୋଲ୍‌ କଲ୍‌ରେ ଯୋଗ ନ ଦେବାରୁ ଥାନା କର୍ମଚାରୀ ତାଙ୍କୁ ଡାକିବାକୁ କ୍ବାର୍ଟର୍ସକୁ ଯାଇଥିଲେ। ପୁଟାସିଂ ଥାନା କର୍ମଚାରୀ କ୍ବାର୍ଟର୍ସରୁ ବାପୁଜୀଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଗୁଣପୁର ଡାକ୍ତରଖାନାକୁ ନେଇଥି‌ଲେ। ଖବର ପାଇ ଗୁଣପୁର ଏସ୍‌ଡିପିଓ ବାବୁଲି ନାୟକ, ପୁଟାସିଂ ଥାନା ଅଧିକାରୀ ବିନ୍ଦୁଲତା ନାୟକ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ଘଟଣା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।

ମୃତ ଏସ୍‌ଆଇଙ୍କ ପୁତ୍ର କିଶାନ କୁମାର ମଲ୍ଲିକ କହିଛନ୍ତି, ବାପା ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। କର୍ମକ୍ଷେତ୍ରରେ କୌଣସି ଚାପ ନଥିଲା। ମରଶରୀରକୁ ପୈତୃକ ଗାଁ ଅଭିମୁଖେ ନିଆଯିବା ପୂର୍ବରୁ ଜିଲ୍ଲା ପୁଲିସ ପକ୍ଷରୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା। ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ସୂଚନାଯୋଗ୍ୟ, ଗତ ୭ ତାରିଖରେ ଅମ୍ବାଦଳା ଥାନାର ଏସ୍‌ଆଇ ଅଶୋକ ପ୍ରଧାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button