ରାଜ୍ୟ

Chhadakhai Rush Non-Vegetarian Market: ବୁଧବାର ସାଙ୍ଗକୁ ଛାଡ଼ଖାଇ, ସକାଳୁ ସକାଳୁ ଆମିଷ ବଜାରରେ ପ୍ରବଳ ଭିଡ଼

ଏଥର ବୁଧବାର ପଡ଼ିଛି ଛାଡ଼ଖାଇ। ଲୋକଙ୍କ ଖୁସି କହିଲେ ନ ସରେ! ଏଥିପାଇଁ ସକାଳୁ ସକାଳୁ ଆଜି ସାରା ରାଜ୍ୟର ଆମିଷ ବଜାରରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ମଟନ୍ କିଲୋ ପ୍ରତି ୯୦୦ରୁ ୧୦୦୦ ଟଙ୍କା ରହିଛି। ଏଣେ ମାଛ ଓ ଚିକେନ୍ ମୂଲ୍ୟରେ ବିଶେଷ ପରିବର୍ତ୍ତନ ନାହିଁ।

ଭୁବନେଶ୍ବର: ଏଥର ବୁଧବାର ପଡ଼ିଛି ଛାଡ଼ଖାଇ। ଲୋକଙ୍କ ଖୁସି କହିଲେ ନ ସରେ! ଏଥିପାଇଁ ସକାଳୁ ସକାଳୁ ଆଜି ସାରା ରାଜ୍ୟର ଆମିଷ ବଜାରରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ମଟନ୍ କିଲୋ ପ୍ରତି ୯୦୦ରୁ ୧୦୦୦ ଟଙ୍କା ରହିଛି। ଏଣେ ମାଛ ଓ ଚିକେନ୍ ମୂଲ୍ୟରେ ବିଶେଷ ପରିବର୍ତ୍ତନ ନାହିଁ।

ରାଜଧାନୀରେ ରୋହି ମାଛ ଦୁଇ ଶହରୁ ଅଢ଼େଇ ଶହ, ଇଲିସିର ଦର କିଲୋ ପ୍ରତି ୧୮୦୦, କଙ୍କଡ଼ା ୧୨୦୦ ଟଙ୍କାରେ ବିକ୍ରି ହେଉଥିବା ଜଣାଯାଇଛି। ତେଣେ କଟକରେ ବି ଦର ସମାନ ରହିଛି। ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟି ରଖି ମାର୍କେଟରେ ମଟନ, ଚିକେନ୍ , ମାଛ , ଚିଙ୍ଗୁଡି ଆଦି ବିଭିନ୍ନ ପ୍ରକାରର ଆମିଷ ଅଧିକ ମାତ୍ରାରେ ଆଣିଛନ୍ତି ବ୍ୟବସାୟୀ  ସକାଳୁ ସକାଳୁ ଭୁବନେଶ୍ବର ସ୍ଥିତ ୪ନମ୍ବର ମାର୍କେଟରେ ଲାଗିଛି ନାହିଁ ନଥିବା ଭିଡ଼। ଆମିଷ ବଜାରର ସୂଚନା ମୁତାବକ, ଏଥର ଛାଡ଼ଖାଇରେ ମାଛର ଚାହିଦା ବେଶି ରହିବ। ଗତ ବର୍ଷ ଅପେକ୍ଷା ଏଥର ଅଧିକ ଟଙ୍କାର କେବଳ ମାଛ, ଚିଙ୍ଗୁଡ଼ି, କଙ୍କଡ଼ା ବିକ୍ରି ହେବ ବୋଲି ମାଛ ବେପାରୀ ଆଶାବାଦୀ ରହିଛନ୍ତି।  ପ୍ରତିବର୍ଷ ଛାଡ଼ଖାଇରେ ୪ କୋଟି ଟଙ୍କାର ମଟନ ବିକ୍ରି ହେଉଥିବା ବେଳେ ଏ ବର୍ଷ ଏହା ଆହୁରି ବଢ଼ିବ ବୋଲି ଆଶା କରାଯାଉଛି। ତେବେ ମାଛ, ମାଂସ, କଙ୍କଡ଼ା ଆଦିରୁ ଏଥର ୫ରୁ ୭ କୋଟି ଟଙ୍କାର ବେପାର ହେବା ନେଇ ଆକଳନ କରାଯାଇଛି।

ଛାଡ଼ଖାଇରେ ମାଛର ଚାହିଦା ବେଶି

ଏବେ ରାଜଧାନୀର ୪ ନମ୍ବର ହାଟ ବ୍ୟତୀତ ବଡ଼ଗଡ଼, ସୁନ୍ଦରପଦା, ରେଣ୍ଟାଲ୍‌, ନୀଳାଦ୍ରିବିହାର, ଖଣ୍ଡଗିରି, ସନ୍ତୋଷୀବିହାର, ବାଲିଅନ୍ତା, ହ˚ସପାଳ, ଓସ୍କାର ସିଟି, ଝାରପଡ଼ା ସମେତ ବିଭିନ୍ନ ସ୍ଥାନରେ ୩ଶହରୁ ଅଧିକ ଦୋକାନ ରହିଛି। ରାଜଧାନୀବାସୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି କିଛି ଦିନ ତଳୁ ପଶ୍ଚିମବଙ୍ଗରର ନରଖୁଲଡଙ୍ଗା, ମାଲ୍‌ଦା, କ୍ଷେତ୍ରୀପୁରରୁ ୭୦ ପ୍ରତିଶତ ଛେଳି ଆସିଥିବା ବେଳେ ବଲାଙ୍ଗୀର, ନୟାଗଡ଼, ଦଶପଲା, କାକଟପୁର ଓ ନିମାପଡ଼ାରୁ ୩୦ ପ୍ରତିଶତ ଛେଳି ଅଣାଯାଇଛି। ଆନ୍ଧ୍ରପ୍ରଦେଶ ବ୍ୟତୀତ ପିପିଲି ଅଞ୍ଚଳରୁ ବ୍ରଏଲର ଆସିଥିବା ବେଳେ ବାରିପଦାରୁ ଦେଶୀ କୁକୁଡ଼ା ଆସିଛି। ଛାଡ଼ଖାଇରେ କିନ୍ତୁ ମଟନ ଓ ଚିକେନ୍ ଅପେକ୍ଷା ମାଛର ଚାହିଦା ବେଶି ରହିଥିିବା ଜଣାଯାଇଛି। ବିଭିନ୍ନ ପ୍ରକାରର ମାଛ ଏଥିଲାଗି ବେପାରୀମାନେ ଆଣିଥିବା ଦେଖିବାକୁ ମିଳୁଛି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button