ରାଜ୍ୟ

ପାଣ୍ଡରାରେ ହେବ ଭବ୍ୟ ରିଭରଫ୍ରଣ୍ଟ, ବଦଳିବ କୁଆଖାଇ-କୁଶଭଦ୍ରା ନଦୀଶଯ୍ୟାର ରୂପରେଖା

ଭୁବନେଶ୍ୱର ୨୬/୧୧: ଝଲସିବ କୁଆଖାଇ  ଓ କୁଶଭଦ୍ରା ନଦୀପଠା । ନଦୀ କୁଳେ ମୁକ୍ତାକାଶ  ରଙ୍ଗମଞ୍ଚରେ ମଜା ନେବେ ଦର୍ଶକ । ବୋଟିଂ ସାଙ୍ଗକୁ  ଭୋଜିଭାତର ଆସର ଜମିବ । ରାଜଧାନୀ ଉପକଣ୍ଠ ନଦୀଶଯ୍ୟାର ବିକାଶ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ଏନେଇ ଖୁବ୍‌ଶୀଘ୍ର ପାଣ୍ଡରା ରିଭରଫ୍ରଣ୍ଡ  ପ୍ରକଳ୍ପ ଆରମ୍ଭ ହେବ ।

ରାଜ୍ୟର ନଦୀଭିତ୍ତିକ ପର୍ଯ୍ୟଟନର ବିକାଶ ଓ  ନାଗରିକଙ୍କ ପାଇଁ ଉନ୍ନତ ଜନସ୍ଥାନ ସୃଷ୍ଟି ଲକ୍ଷ୍ୟରେ ଭୁବନେଶ୍ୱର ନିକଟସ୍ଥ ପାଣ୍ଡରାଠାରେ ୮୦ କୋଟି  ଟଙ୍କା ବ୍ୟୟରେ ରିଭରଫ୍ରଣ୍ଟ ପ୍ରକଳ୍ପ ବିକଶିତ ହେବାକୁ  ଯାଉଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ  ନେତୃତ୍ୱରେ ଏହି ପ୍ରକଳ୍ପ କୁଆଖାଇ ଓ କୁଶଭଦ୍ରା  ନଦୀ ମଧ୍ୟରେ ଥିବା ପ୍ରାକୃତିକ ଦ୍ୱୀପକୁ ଏକ ଆକର୍ଷଣୀୟ  ପର୍ଯ୍ୟଟନ, ସାଂସ୍କୃତିକ ଓ ମନୋରଞ୍ଜନସ୍ଥଳୀ  ଭାବେ ଗଢ଼ି ତୋଳିବାକୁ ଲକ୍ଷ୍ୟ ରଖିଛି । ଜଳ ସମ୍ପଦ  ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଏହି ପ୍ରକଳ୍ପ  ରାଜ୍ୟ ସରକାରଙ୍କ ୨,୨୪୦ କୋଟି ଟଙ୍କାର ମହାନଦୀ  ରିଭରଫ୍ରଣ୍ଟ ବିକାଶ ଯୋଜନାର ଏକ ଅଂଶ । ଏହି  ଯୋଜନା ମାଧ୍ୟମରେ ମହାନଦୀ ଓ ଏହାର ଶାଖା  ନଦୀଗୁଡ଼ିକର ପର୍ଯ୍ୟଟନ, ପରିବେଶ ଓ ଆର୍ଥିକ  ସମ୍ଭାବନାର ଉପଯୋଗ କରାଯିବ ।

ପ୍ରକଳ୍ପର ମୁଖ୍ୟ ଆକର୍ଷଣ ଭାବେ ୧.୫  କିଲୋମିଟର ଦୀର୍ଘ ନଦୀତଟ ପଦଚଲା ପଥ, ଘାଟ,  ଭାସମାନ ଜେଟି, ସୁସଜ୍ଜିତ ଜନସ୍ଥାନ, ଦର୍ଶନୀୟ  ସ୍ଥାନ ଏବଂ ସାଇକେଲ ଓ ପଦଯାତ୍ରା ପଥ ନିର୍ମାଣ  କରାଯିବ । ଏଥିସହ ଦୁଇ କିଲୋମିଟରରୁ ଅଧିକ ଦୀର୍ଘ  ଉଚ୍ଚତା ବିଶିଷ୍ଟ ଟ୍ରି-ୱାକ୍‌ ନିର୍ମାଣ କରାଯାଇ ପର୍ଯ୍ୟଟକଙ୍କୁ  ନଦୀ ଓ ପ୍ରାକୃତିକ ପରିବେଶର ମନୋରମ୍ୟ ଦୃଶ୍ୟ  ଉପଭୋଗ କରିବାର ସୁଯୋଗ ଦିଆଯିବ ।

ଏଠାରେ ମୁକ୍ତାକାଶ ରଙ୍ଗମଞ୍ଚ, ଥିମ୍‌ ଗାର୍ଡେନ୍‌,  ପିକ୍‌ନିକ୍‌ ସ୍ଥଳ, ସାହସିକ କ୍ରୀଡ଼ା କ୍ଷେତ୍ର, ଯୋଗ  କେନ୍ଦ୍ର, ଫୁଡ୍‌ କୋର୍ଟ ଓ ମନୋରଞ୍ଜନ ସ୍ଥାନ ବିକଶିତ  ହେବ । ଏଥିସହ ଓଡ଼ିଶା ହାଟ ଓ ହେରିଟେଜ୍‌  ଭିଲେଜ୍‌ ପ୍ରତିଷ୍ଠା କରାଯାଇ ସ୍ଥାନୀୟ କାରିଗର,  ହସ୍ତଶିଳ୍ପୀ ଓ ଲୋକକଳାକାରଙ୍କୁ ସେମାନଙ୍କ କଳା  ଓ ପରମ୍ପରା ପ୍ରଦର୍ଶନ ପାଇଁ ସୁଯୋଗ ମିଳିବ । ‘ପ୍ରକଳ୍ପରେ ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧିକୁ  ବିଶେଷ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ଦେଶୀୟ  ବୃକ୍ଷରୋପଣ, ମିଆୱାକି ଜଙ୍ଗଲ,  ପ୍ରଜାପତି ଉଦ୍ୟାନ,  ପ୍ରାକୃତିକ ଉଦ୍ଭିଦ କ୍ଷେତ୍ର ଓ ପ୍ରକୃତି ପଦଯାତ୍ରା ପଥ  ବିକଶିତ କରାଯିବ । ମୋଟ ଅନୁମୋଦିତ ପ୍ରକଳ୍ପ  ବ୍ୟୟରୁ ୫୪ କୋଟି ଟଙ୍କା ନଦୀଘାଟ ନିର୍ମାଣ  ଓ ନଦୀବନ୍ଧ ସୁରକ୍ଷା କାର୍ଯ୍ୟ ପାଇଁ ବ୍ୟୟବରାଦ  କରାଯାଇଛି ।

ଏହା ବ୍ୟତୀତ ସେତୁ, ଆଭ୍ୟନ୍ତରୀଣ  ରାସ୍ତା, ପାକି ର୍ଂ, ସୌର ଆଲୋକୀକରଣ, ସିସିଟିଭି,  ଇଭି ଚାଜି ର୍ଂ ସୁବିଧା ଓ ଅନ୍ୟାନ୍ୟ ପର୍ଯ୍ୟଟକ ସୁବିଧା  ବିକଶିତ ହେବ । ଇଞ୍ଜିନିୟରିଂ, ପ୍ରକ୍ୟୁରମେଣ୍ଟ ଆଣ୍ଡ୍‌  କନଷ୍ଟ୍ରକସନ୍‌(ଇପିସି) ମୋଡ୍‌ରେ ଏହି ପ୍ରକଳ୍ପ  କାର୍ଯ୍ୟକାରୀ ହେବ । ନିର୍ମାଣ କାର୍ଯ୍ୟ ପାଇଁ ୨୪ ମାସ  ଏବଂ ପରବର୍ତ୍ତୀ ୫ ବର୍ଷ ପାଇଁ ରକ୍ଷଣାବେକ୍ଷଣ  ବ୍ୟବସ୍ଥା ରହିଛି ।

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button