ଜାତୀୟ
ଷଷ୍ଠରୁ ନବମ ଶ୍ରେଣୀ ପିଲାଙ୍କୁ ଆଶ୍ୱସ୍ତି: ତ୍ରିଭାଷୀ ନୀତିର ଦ୍ୱନ୍ଦ୍ୱ ଦୂର କଲେ ସୁପ୍ରିମକୋର୍ଟ, ନିଜ ପସନ୍ଦ ଭାଷା ପଢ଼ିପାରିବେ ଛାତ୍ରଛାତ୍ରୀ

ଜାତୀୟ ଶିକ୍ଷା ନୀତି (ଏନ୍ଇପି) ୨୦୨୦ ଏବଂ ନ୍ୟାସନାଲ କରିକୁଲମ ଫ୍ରେମ୍ୱର୍କ ଫର ସ୍କୁଲ ଏଜୁକେଶନ ୨୦୨୩ ଆଧାରରେ ସିବିଏସ୍ଇ ପକ୍ଷରୁ ତ୍ରିଭାଷୀ ନୀତି ଅଣାଯାଇଥିଲା। ସେଥିରେ ଷଷ୍ଠରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ୨ଟି ଭାରତୀୟ ଭାଷା ସମେତ ୩ଟି ଭାଷାରେ ଶିକ୍ଷାଦାନ କରିବା ବାଧ୍ୟତାମୂଳକ କରାଯାଇଥିଲା। ତେବେ ଏହାର କାର୍ଯ୍ୟକାରିତାକୁ ନେଇ ବିବାଦ ଦେଖାଦେବାରୁ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ଗତ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ ଷଷ୍ଠ ଶ୍ରେଣୀର ପିଲାଙ୍କୁ ତୃତୀୟ ଭାଷା ପାଇଁ ବାଧ୍ୟତାମୂଳକ ବୋର୍ଡ ପରୀକ୍ଷାରୁ ମୁକ୍ତ କରିଥିଲେ ।
ସୌଜନ୍ୟ ପ୍ରମେୟ




