AI model will diagnose: ସ୍ବାସ୍ଥ୍ୟ ସମ୍ବାଦ: ରାତିକ ନିଦରୁ ରୋଗ ନିରୂପଣ କରିବ ଏଆଇ ମଡେଲ୍‌

ରୋଗ ଯୋଗୁଁ ରୋଗୀ କି ପ୍ରକାର ବିପଦରେ ପଡ଼ିପାରନ୍ତି ତାହା ଆକଳନ କରିବା ଲାଗି ଦୀର୍ଘବର୍ଷ ଧରି ଡାକ୍ତରମାନେ ଲକ୍ଷଣ, ସ୍ବାସ୍ଥ୍ୟ ପରୀକ୍ଷା ଏବଂ ଅତୀତ ଅସୁସ୍ଥତା ଓ ଚିକିତ୍ସାର ତଥ୍ୟ ଉପରେ ନିର୍ଭର କରିଆସୁଛନ୍ତି। ଏତେ କଥା ଯଦି ରାତିକ ନିଦ୍ରାରୁ ଜାଣିହୁଏ, କ୍ଷତି କ’ଣ? ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ଷ୍ଟାନ୍‌ଫୋର୍ଡ ମେଡିସିନ୍‌ରେ ଥିବା ଗବେଷକମାନେ ନିଦ୍ରା ସଙ୍କେତ ବାରିବା ଲାଗି ‌େଗାଟାଏ ନୂତନ ଏଆଇ ମଡେଲ୍‌ ପ୍ରସ୍ତୁତ କରିଛନ୍ତି। ଉକ୍ତ ମଡେଲ୍‌ କେବଳ ଗୋଟିଏ ରାତ୍ରିର ନିଦ୍ରାରୁ ନିଃସୃତ ମାନସିକ ସଙ୍କେତ ରେକର୍ଡ କରି ଶତାଧିକ ଶାରୀରିକ ଅସୁସ୍ଥତା ସମ୍ବନ୍ଧୀୟ ପୂର୍ବାଭାସ ଦେବାକୁ ସମର୍ଥ। ‘ସ୍ଲିପ୍‌ ଏଫ୍‌ଏମ୍‌’ ନାମରେ ପରିଚିତ ‘ଦି ଫାଉଣ୍ଡେସ୍‌ନାଲ୍‌ ଏଆଇ ମଡେଲ୍‌’କୁ ୬୫ ହଜାର ‌ଲୋକଙ୍କଠାରୁ ସଂଗୃହୀତ ପ୍ରାୟ ୬ ଲକ୍ଷ ଘଣ୍ଟା ଶୟନ ତଥ୍ୟାବଳି ଦ୍ବାରା ତାଲିମ ଦିଆଯାଇଛି। ଏଥିରେ ରହିଛି ମସ୍ତିଷ୍କ କାର୍ଯ୍ୟକଳାପ, ହୃତ୍‌ପିଣ୍ଡ କାର୍ଯ୍ୟକଳାପ, ଶ୍ବାସକ୍ରିୟା ସଙ୍କେତ, ଗୋଡ଼ ଚଳାଚଳ, ଚକ୍ଷୁ ଚଳାଚଳ ଓ ଅନ୍ୟାନ୍ୟ ମାନସିକ ତଥ୍ୟାବଳି। ବିଭିନ୍ନ ପ୍ରକାର ସେନ୍‌ସର୍‌ ଦ୍ବାରା ଏସବୁ ତଥ୍ୟ ସଂଗ୍ରହ କରାଯାଇଥିଲା।

ସୌଜନ୍ୟ ସମ୍ବାଦ