Ajit Pawar Plane Accident: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ

ମହାରାଷ୍ଟ୍ରରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅଜିତ ପାୱାର ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। ଫେରିବା ସମୟରେ ବାରାମତିରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି।

ବାରାମତି: ମହାରାଷ୍ଟ୍ରରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅଜିତ ପାୱାର ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। ଫେରିବା ସମୟରେ ବାରାମତିରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ବିମାନଟି ବାରାମତିରେ ଅବତରଣ କରୁଥିବା ସମୟରେ ଏହି ଘଟଣା ଘଟିଛି। ଦୁର୍ଘଟଣାରେ ଅଜିତ ପାୱାର ଗୁରୁତର ଆହତ ହୋଇଥିବା କୁହାଯାଉଛିଛି। ବିମାନଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ମଧ୍ୟ କୁହାଯାଉଛି।।

ସୂଚନା ଅନୁଯାୟୀ, ଏହା ଅଜିତ ପାୱାରଙ୍କ ବ୍ୟକ୍ତିଗତ ବିମାନ ଥିଲା। ଦୁର୍ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଜଳିଯାଇଥିବା ବିମାନକୁ ଦେଖିବାକୁ ମିଳୁଛି। ଘଟଣାସ୍ଥଳରୁ ଯେଉଁ ଭିଡିଓ ସାମ୍ନାକୁ ଆସିଛି ତାହା ଭୟଙ୍କର। ଭିଡିଓରେ ଅଜିତ ପାୱାରଙ୍କ ବିମାନ ସମ୍ପୂର୍ଣ୍ଣ ଜଳିଯାଇଛି। ଘଟଣାସ୍ଥଳରେ ଅନେକ ଆମ୍ବୁଲାନ୍ସ ପହଞ୍ଚିଛି।

ସୂତ୍ର ଅନୁଯାୟୀ ବିମାନରେ ଥିବା କିଛି ଲୋକ ଆହତ ହୋଇଛନ୍ତି। ତଥାପି, ଅଜିତ ପାୱାରଙ୍କ ଅବସ୍ଥା ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ପ୍ରଶାସନ ଓ ସୁରକ୍ଷା ଏଜେନ୍ସିଗୁଡ଼ିକ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଆକଳନ କରୁଛନ୍ତି। ବିମାନରେ ମୋଟ ଛଅ ଜଣ ଥିଲେ। ଦୃଶ୍ୟମାନତା କମ୍ ଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

ସୌଜନ୍ୟ ସମ୍ବାଦ

Exit mobile version