ୱାସିଂଟନ: ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି, ଆମେରିକା ଇରାନ ସହିତ ଯୁଦ୍ଧରେ ବିଜୟୀ ହୋଇଛି। ଇରାନର ନୌସେନା ଏବଂ ବାୟୁସେନା ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଦେଶର ଯୋଗାଯୋଗ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଇରାନ ପାଖରେ କୌଣସି କ୍ଷେପଣାସ୍ତ୍ର ନାହିଁ। ଟ୍ରମ୍ପ ଗୃହ ସୁରକ୍ଷା ସଚିବଙ୍କ ଶପଥ ଗ୍ରହଣ ସମାରୋହରେ ଏଭଳି କହିଛନ୍ତି। ଟ୍ରମ୍ପ ଚାଲିଥିବା ଆଲୋଚନା ବିଷୟରେ ମଧ୍ୟ ଉଲ୍ଲେଖ କରି ଦାବି କରିଛନ୍ତି, ଇରାନ ଏକ ଚୁକ୍ତି କରିବାକୁ ଚାହୁଁଛି। ସେ ଦାବି କରିଛନ୍ତି ଯେ, ଇରାନ ମୂଲ୍ୟାବାନ ଉପହାର ପଠାଇଛି। ତାହା ମତେ ମିଳିଯାଇଛି।
ଆମେ ଏହି ଯୁଦ୍ଧ ଜିତିଛୁ
ଆମେ ଏହି ଯୁଦ୍ଧ ଜିତିଛୁ। ଆମ ବିମାନଗୁଡ଼ିକ ତେହେରାନ ଏବଂ ଦେଶର ଅନ୍ୟାନ୍ୟ ଅଞ୍ଚଳ ଉପରେ ଉଡୁଛି। ମୁଁ ଯାହା କରିବାକୁ ଚାହିଁବି ତାହା କରିପାରିବି। ଏହାର ପ୍ରତିରୋଧ ଇରାନ କରିପାରିବ ନାହିଁ। ମୁଁ ଏକ ବିଦ୍ୟୁତ୍ କେନ୍ଦ୍ରକୁ ନଷ୍ଟ କରିବାକୁ ଚାହିଁଲେ ତାହା କରିପାରିବି। କେହି ମତେ ରୋକି ପାରିବେ ନାହିଁ।
ଇରାନ ମୋ ପାଇଁ ଏକ ବଡ଼ ଉପହାର ପଠାଇଛି
ଯେତେବେଳେ ଟ୍ରମ୍ପଙ୍କୁ ପଚରାଗଲା ଯେ ସେ ଇରାନ ସହିତ କାହିଁକି ଆଲୋଚନା କରୁଛନ୍ତି, ସେ କହିଲେ ଇରାନ ମୋ ପାଇଁ ଏକ ବଡ଼ ଉପହାର ପଠାଇଛି। ଆମେ ଆଜି ଏହା ପାଇଛୁ, ଯାହାର ମୂଲ୍ୟ ବହୁତ ଅଧିକ। ଏହି ଉପହାର ଇରାନର ପରମାଣୁ କାର୍ଯ୍ୟକ୍ରମ ସମ୍ପର୍କିତ କି ପ୍ରଶ୍ନର ଉତ୍ତରରେ ସେ କହିଥିଲେ, ଏହା ପରମାଣୁ ସମ୍ପର୍କିତ ନୁହେଁ। ଏହା ତେଲ ଏବଂ ଗ୍ୟାସ୍ ସମ୍ପର୍କିତ। ଇରାନର ନେତୃତ୍ୱ ଶେଷ ହୋଇଯାଇଛି। ସେମାନଙ୍କର ପୂର୍ବ ସର୍ବୋଚ୍ଚ ନେତାଙ୍କ ଯୁଗ ଶେଷ ହୋଇଯାଇଛି। ତା”ପରେ, ନୂତନ ସର୍ବୋଚ୍ଚ ନେତା, ଯିଏ ଆସିଥିଲେ, ତାଙ୍କୁ ମଧ୍ୟ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡିଛି ବୋଲି ଟ୍ରମ୍ପ କହିଛନ୍ତି।
ସୌଜନ୍ୟ ସମ୍ବାଦ
