ତେହେରାନ : ଆମେରିକା-ଇରାନ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚି ଥିବାବେଳେ ଶୁକ୍ରବାର ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ଅନୁଷ୍ଠିତ ହେବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଇରାନର ପ୍ରମୁଖ ନେତା ଅୟାତୋଲ୍ଲା ଅଲି ଖାମେନି ପରସ୍ପରକୁ ନାଲି ଆଖି ଦେଖାଉ ଥିବାବେଳେ ମଧ୍ୟପ୍ରାଚ୍ୟରେ ଅସ୍ଥିରତା ଦେଖାଯାଇଛି। କତାର, ତୁର୍କୀ, ଓମାନ ଦୁଇ ଦେଶ ମଧ୍ୟରେ ସ୍ଥିତି ସାମାନ୍ୟ କରିବାକୁ ପ୍ରୟାସ କରୁଥିବାବେଳେ ଶୁକ୍ରବାର ସକାଳେ ଓମାନ ରାଜଧାନୀ ମାସ୍କଟରେ ଆମେରିକା-ଇରାନ ମଧ୍ୟରେ ଶାନ୍ତି ଆଲୋଚନା ଅନୁଷ୍ଠିତ ହେବ। କତାର ଓ ତୁର୍କୀ ଏଥିରେ ମଧ୍ୟସ୍ଥତା କରିବେ। ଇତିମଧ୍ୟରେ ତେହେରାନସ୍ଥିତ ଆମେରିକା ଦୂତାବାସ ଏହାର ନାଗରିକଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ପରାମର୍ଶ ଦେଇଛି।

