AMNS India: ସବୁଜ ଇସ୍ପାତ ପ୍ରମାଣପତ୍ର ହାସଲ କଲା ଏଏମ୍ଏନ୍ଏସ୍ ଇଣ୍ଡିଆ

ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ (ଏଏମ୍ଏନ୍ଏସ୍ ଇଣ୍ଡିଆ) ଦେଶର ପ୍ରଥମ ସମନ୍ୱିତ ଇସ୍ପାତ ଉତ୍ପାଦକ ଭାବେ ଇସ୍ପାତ ମନ୍ତ୍ରଣାଳୟର ନୂତନ ସବୁଜ ଇସ୍ପାତ ବର୍ଗୀକରଣ ଅଧୀନରେ ସବୁଜ ଇସ୍ପାତ ପ୍ରମାଣପତ୍ର ହାସଲ କରିଛି।

ଦିଲ୍ଲୀ/ମୁମ୍ବାଇ: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ (ଏଏମ୍ଏନ୍ଏସ୍ ଇଣ୍ଡିଆ) ଦେଶର ପ୍ରଥମ ସମନ୍ୱିତ ଇସ୍ପାତ ଉତ୍ପାଦକ ଭାବେ ଇସ୍ପାତ ମନ୍ତ୍ରଣାଳୟର ନୂତନ ସବୁଜ ଇସ୍ପାତ ବର୍ଗୀକରଣ ଅଧୀନରେ ସବୁଜ ଇସ୍ପାତ ପ୍ରମାଣପତ୍ର ହାସଲ କରିଛି। ଏଏମ୍ଏନ୍ଏସ୍ ଇଣ୍ଡିଆର ହଟ୍ ରୋଲଡ଼୍ (ଏଚ୍ଆର୍) କଏଲ୍‌ ଏବଂ ସିଟ୍‌ ୪-ଷ୍ଟାର ରେଟିଂ ପାଇଥିବାବେଳେ କୋଲ୍ଡ ରୋଲଡ଼୍ (ସିଆର୍) କଏଲ୍ ଏବଂ ସିଟ୍ ୩-ଷ୍ଟାର୍‌ ରେଟିଂ ହାସଲ କରିଛି।

ଏହି ଉତ୍ପାଦଗୁଡ଼ିକ ଅଟୋମୋଟିଭ୍, ଭିତ୍ତିଭୂମି, ପ୍ରତିରକ୍ଷା, ନିର୍ମାଣ ଉପକରଣ ଏବଂ ଦୀର୍ଘସ୍ଥାୟୀ ଉପଭୋକ୍ତା ସାମଗ୍ରୀ କ୍ଷେତ୍ରପାଇଁ ପ୍ରମୁଖ ଉପାଦାନ। ଏହା ଗ୍ରାହକମାନଙ୍କୁ ସେମାନଙ୍କର ମୂଲ୍ୟଶୃଙ୍ଖଳରେ ସ୍କୋପ୍ ୩ ନିର୍ଗମନ ହ୍ରାସ କରିବାକୁ ସକ୍ଷମ କରିବ। ଏଏମ୍‌ଏନ୍ଏସ୍ ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲୀପ ଉମେନ କହିଛନ୍ତି, ଭାରତର ସବୁଜ ଇସ୍ପାତ ବର୍ଗୀକରଣ ଇସ୍ପାତ ଶିଳ୍ପର ଭବିଷ୍ୟତ ଏବଂ ଏହାର ଡିକାର୍ବନାଇଜେସନ ପାଇଁ ଏକ ସ୍ପଷ୍ଟ ଦିଗ ନିର୍ଦ୍ଧାରିତ କରୁଛି। ଏଏମ୍ଏନ୍ଏସ୍ ଇଣ୍ଡିଆ ଏହାର କାର୍ବନ ପଦଚିହ୍ନକୁ ହ୍ରାସ କରିବା ପାଇଁ ପ୍ରୟାସ ସହିତ କମ୍‌ କାର୍ବନ ଇସ୍ପାତ ଉତ୍ପାଦନ କରିଆସୁଛି। ଏହି ପ୍ରମାଣପତ୍ର ଆମର ପ୍ରତିଶ୍ରୁତି ‘ସ୍ମାର୍ଟ ଇସ୍ପାତ, ଉଜ୍ଜ୍ୱଳ ଭବିଷ୍ୟତ’କୁ ପୂରା କରିବା ଉଦ୍ୟମକୁ ପ୍ରଦର୍ଶିତ କରୁଛି।

ସୌଜନ୍ୟ Prameya News7

Exit mobile version