ମନୋରଞ୍ଜନ

Animal-toxic similarities: ଚର୍ଚ୍ଚାରେ ଆନିମଲ୍‌-ଟକ୍ସିକ୍‌ ସମାନତା

ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଟକ୍ସିକ୍‌’ର ଟ୍ରେଲର୍‌ ମୁକ୍ତିଲାଭ କରିବା ପରେ ଏହାର ଆକ୍ସନ୍‌ ପରିପୂର୍ଣ୍ଣ ରୋମାଞ୍ଚଧର୍ମୀ କାହାଣୀ ସମ୍ପର୍କରେ ଦର୍ଶକଙ୍କୁ ପ୍ରାଥମିକ ଧାରଣା ମିଳିଛି। ଗୀତୁ ମୋହନଦାସଙ୍କ ନିର୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ଅଭିନେତା ୟଶଙ୍କ ନୂଆ ଅବତାର ଚର୍ଚ୍ଚାର କେନ୍ଦ୍ରରେ ଅଛି।

ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଟକ୍ସିକ୍‌’ର ଟ୍ରେଲର୍‌ ମୁକ୍ତିଲାଭ କରିବା ପରେ ଏହାର ଆକ୍ସନ୍‌ ପରିପୂର୍ଣ୍ଣ ରୋମାଞ୍ଚଧର୍ମୀ କାହାଣୀ ସମ୍ପର୍କରେ ଦର୍ଶକଙ୍କୁ ପ୍ରାଥମିକ ଧାରଣା ମିଳିଛି। ଗୀତୁ ମୋହନଦାସଙ୍କ ନିର୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ଅଭିନେତା ୟଶଙ୍କ ନୂଆ ଅବତାର ଚର୍ଚ୍ଚାର କେନ୍ଦ୍ରରେ ଅଛି। ତେବେ ଏ ଭିତରେ ଏକ ନିର୍ଦ୍ଦିଷ୍ଟ ଦୃଶ୍ୟ ସବୁଠାରୁ ଅଧିକ ଧ୍ୟାନ ଆକର୍ଷଣ କରିଛି- ସେଥିରେ ୟଶ ବିନା ପୋଷାକରେ ଦେଖାଦେଇଛନ୍ତି। ଏହି ଦୃଶ୍ୟକୁ ନେଇ ସାମାଜିକ ଗଣମାଧ୍ୟମରେ ଜୋରଦାର ଆଲୋଚନା ହେଉଛି। ପୁଣି ଏହି ଆଲୋଚନାର ସବୁଠୁ ରୋଚକ ଦିଗ ହେଉଛି ‘ଆନିମଲ୍’ ଚଳଚ୍ଚିତ୍ରରେ ରଣବୀର କପୁରଙ୍କ ଚରିତ୍ର ସହିତ ‘ଟକ୍ସିକ୍‌’ରେ ୟଶଙ୍କ ସେହି ଉଲଗ୍ନ ଦୃଶ୍ୟର ସମାନତା ବାରି ହୋଇପଡୁଛି। ତେଣୁ କିଛି ଲୋକ ଏହାକୁ ‘ଆନିମଲ୍‌’ ଚଳଚ୍ଚିତ୍ରର ଶସ୍ତା ନକଲ କହି ତାଚ୍ଛଲ୍ୟ କରୁଥିବା ବେଳେ ଆଉ କିଛି ଲୋକ କହୁଛନ୍ତି ଯେ ୟଶଙ୍କ ଦୃଶ୍ୟର ପ୍ରଭାବ ରଣବୀରଙ୍କ ସେହି ଦୃଶ୍ୟକୁ ଟପିଯାଇଛି।

ସତ କଥା ହେଲା ଦୁଇଟି ଚଳଚ୍ଚିତ୍ରର ସମାନତା ଏତିକିରେ ଶେଷ ହୋଇ ନାହିଁ। ‘ଆନିମଲ୍‌’ ଚଳଚ୍ଚିତ୍ର ପରି ‘ଟକ୍ସିକ୍‌’ରେ ପିତୃପ୍ରାଧାନ୍ୟ, ରକ୍ତପାତ ଓ ହିଂସା ଭଳି ବିଷୟବସ୍ତୁକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ‘ଆନିମଲ୍‌’ ଚଳଚ୍ଚିତ୍ରକୁ ସମୀକ୍ଷକମାନେ ସମାଲୋଚନା କରିଥିଲେ ହେଁ ଏହା ବ୍ୟାବସାୟିକ ଦୃଷ୍ଟିରୁ ଖୁବ୍‌ ସଫଳ ହୋଇଥିଲା। ସେହି ସଫଳ ଫର୍ମୁଲାର ଅନୁକରଣ କରି ‘ଟକ୍ସିକ୍‌’ର ନିର୍ମାତାମାନେ ମଧ୍ୟ ଭଲ ବ୍ୟବସାୟ କରିବାର ଆଶା ରଖିଛନ୍ତି। ଏହି ଚଳଚ୍ଚିତ୍ର ଆସନ୍ତା ୨୬ ତାରିଖରେ ବିଶ୍ବବ୍ୟାପୀ ମୁକ୍ତିଲାଭ କରିବ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button