Historical Film: ଛତ୍ରପତି ଶିବାଜୀ ମହାରାଜଙ୍କ ଜୀବନୀ ଆଧାରିତ ସିନେମା ନିର୍ମାଣ କରିବେ ନିର୍ଦ୍ଦେଶକ ଅମିତ ରାୟ
"ରୋଡ୍ ଟୁ ସଙ୍ଗମ୍", "ଓଏମ୍ ଜି ୨" ଏବଂ "ଓ ମାଇ ଡଗ୍" ପରେ ନିର୍ଦ୍ଦେଶକ ଅମିତ ରାୟ ଏକ ନୂତନ ଐତିହାସିକ ଚଳଚ୍ଚିତ୍ର ପ୍ରସ୍ତୁତ କରୁଛନ୍ତି। ଏନେଇ ଅଧିକ ସୂଚନା ଦେଇ ସେ ପ୍ରକାଶ କରିଛନ୍ତି ଯେ ଏହି ଚଳଚ୍ଚିତ୍ରଟି ଛତ୍ରପତି ଶିବାଜୀ ମହାରାଜଙ୍କ ଜୀବନର ଏକ ଅଂଶ ଉପରେ ଆଧାରିତ ହେବ।

ମୁମ୍ବାଇ: “ରୋଡ୍ ଟୁ ସଙ୍ଗମ୍”, “ଓଏମ୍ ଜି ୨” ଏବଂ “ଓ ମାଇ ଡଗ୍” ପରେ ନିର୍ଦ୍ଦେଶକ ଅମିତ ରାୟ ଏକ ନୂତନ ଐତିହାସିକ ଚଳଚ୍ଚିତ୍ର ପ୍ରସ୍ତୁତ କରୁଛନ୍ତି। ଏନେଇ ଅଧିକ ସୂଚନା ଦେଇ ସେ ପ୍ରକାଶ କରିଛନ୍ତି ଯେ ଏହି ଚଳଚ୍ଚିତ୍ରଟି ଛତ୍ରପତି ଶିବାଜୀ ମହାରାଜଙ୍କ ଜୀବନର ଏକ ଅଂଶ ଉପରେ ଆଧାରିତ ହେବ। ସେ ଇତିହାସକାରଙ୍କ ଦୃଷ୍ଟିକୋଣ ଉପରେ ତାଙ୍କର ମତ ମଧ୍ୟ ରଖିଥିଲେ।
ଅମିତ ରାୟ କହିଛନ୍ତି, “ମୋ ପାଖରେ ଏକ ଐତିହାସିକ ଦଲିଲରୁ ଏକ କାହାଣୀ ଅଛି। ଆମେ ଆମର ନିଜ ଇତିହାସକୁ ମଧ୍ୟ ଦେଖୁନାହୁଁ କାରଣ ଆମେ ଭୁଲିଯାଉଛୁ ଯେ ଏହାକୁ କିଏ ଲେଖେ। ଦେଖନ୍ତୁ, ଯଦି ବ୍ରିଟିଶମାନେ ଜାଲିଆନାୱାଲା ବାଗର ଇତିହାସ ଲେଖନ୍ତି, ତେବେ ସେମାନେ କେବେବି ଜେନେରାଲ ଡାୟାରଙ୍କୁ ଖଳନାୟକ କରିବେ ନାହିଁ। ସେମାନେ କହିବେ ଯେ ସେ ତାଙ୍କର କର୍ତ୍ତବ୍ୟ କରୁଥିଲେ। ସେ ଲୋକମାନଙ୍କୁ ବାହାରକୁ ନ ଆସିବାକୁ କହିଥିଲେ, କିନ୍ତୁ ଯେତେବେଳେ ଲୋକମାନେ ବାହାରକୁ ଆସିଲେ, ସେ ଗୁଳି ଚଳାଇଲେ।”
“ଯଦି ଅମୃତସରର ଲୋକମାନେ ଇତିହାସ ଲେଖନ୍ତି, ତେବେ କାହାଣୀ ବଦଳିଯିବ। କିନ୍ତୁ ଯେଉଁଦିନ ଅମୃତସରର ଲୋକମାନେ ଜାଲିଆନାୱାଲା ବାଗର ଇତିହାସ ଲେଖନ୍ତି, ସେମାନେ ଏହା ଲେଖିବେ ନାହିଁ। ସେମାନେ ନିରସ୍ତ୍ର ଲୋକଙ୍କ ଉପରେ ଗୁଳି ଚଳାଇବାର କାହାଣୀ ଲେଖିବେ। ଏହା ହିଁ ବଡ଼ କଥା।”
ଉକ୍ତ ଭୂମିକାଟି ନିଭାଇବେ କିଏ
ତେବେ ଛତ୍ରପତି ଶିବାଜୀ ମହାରାଜଙ୍କ ଜୀବନୀ ଆଧାରିତ ଏହି ସିନେମାର ଶୀର୍ଷକ ସେ ଘୋଷଣା କରିନାହାନ୍ତି କି ଏଥିରେ କିଏ ଉକ୍ତ ଭୂମିକାଟି ନିଭାଇବେ ସେନେଇ କୌଣସି ସୂଚନା ଦେଇନାହାନ୍ତି ନିର୍ଦ୍ଦେଶକ ଅମିତ ରାୟ।
ସୌଜନ୍ୟ ସମ୍ବାଦ




