Annual Conference: ଓଡ଼ିଶା ଅଧସ୍ତନ ଅର୍ଥ ସେବା ସଂଘର ବାର୍ଷିକ ସମ୍ମିଳନୀ

ଓଡ଼ିଶା ଅଧସ୍ତନ ଅର୍ଥ ସେବା( ସ୍ଥାନୀୟ ପାଣ୍ଠି ସମୀକ୍ଷା) ସଂଘର ୩୦ତମ ବାର୍ଷିକ ସମ୍ମିଳନୀ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ....

ଭୁବନେଶ୍ୱର: ଓଡ଼ିଶା ଅଧସ୍ତନ ଅର୍ଥ ସେବା( ସ୍ଥାନୀୟ ପାଣ୍ଠି ସମୀକ୍ଷା) ସଂଘର ୩୦ତମ ବାର୍ଷିକ ସମ୍ମିଳନୀ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ  ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀଚରଣ ରଥ, ସାମ୍ୱାଦିକ ମନୋରଞ୍ଜନ ମିଶ୍ର, ସ୍ଥାନୀୟ ପାଣ୍ଠି ସମୀକ୍ଷାର ନିର୍ଦ୍ଦେଶକ ଗୋବିନ୍ଦ ଚନ୍ଦ୍ର ନାୟକ, ଅତିରିକ୍ତ ସଚିବ ଚିରସ୍ମିତା ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ରାଜ୍ୟର ତଥା ଦେଶର ଅର୍ଥନୀତିର ପରିଚାଳନରେ ପାଣ୍ଠି ସମୀକ୍ଷାର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ।

କାର୍ଯ୍ୟକ୍ରମରେ ସଂଘର ସଭାପତି ଚିନ୍ମୟ ପ୍ରତାପ ଓ ସମ୍ପାଦକ ଦିଲୀପ କୁମାର ରାଉତ ସଂଘ ପକ୍ଷରୁ ବିଭିନ୍ନ ଦାବି ଯେପରିକି ସ୍ଥାନୀୟ ପାଣ୍ଠି ସମୀକ୍ଷା କ୍ୟାଡରର ପୁନର୍ଗଠନ, ଅଡିଟରଙ୍କ ସଂଖ୍ୟା ୫୭୦ରୁ ୬୮୦କୁ ବୃଦ୍ଧି, ସମୀକ୍ଷା ଅଧୀକ୍ଷକ ପଦବିଗୁଡ଼ିକୁ ଦ୍ୱିତୀୟ ଶ୍ରେଣୀ ଭାବରେ ଘୋଷଣା, ଅତିରିକ୍ତ ଜିଲ୍ଲା ସମୀକ୍ଷା ଅଧିକାରୀଙ୍କ ବେତନ ବୃଦ୍ଧି, ଜିଲ୍ଲା ସମୀକ୍ଷା ଅଧିକାରୀଙ୍କ ପଦବିର ୫୦ ପ୍ରତିଶତକୁ ଅତିରିକ୍ତ ଜିଲ୍ଲା ଅଡିଟ୍‌ ଅଧିକାରୀଙ୍କ ମଧ୍ୟରୁ ପଦୋନ୍ନତି ଦ୍ୱାରା ପୂରଣ ଭଳି  ଦାବିଗୁଡ଼ିକ ଉପସ୍ଥାପନା କରିଥିଲେ। ନିର୍ଦ୍ଦେଶକ ଶ୍ରୀ ନାୟକ ଦାବିଗୁଡ଼ିକ ଉପରେ ବିଚାର କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ସମୀକ୍ଷା ଅଧୀକ୍ଷକ ଶ୍ରୀକାନ୍ତ ଦାଶ ସ୍ୱାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମରେ ସଂଘ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ସମୀକ୍ଷା ଅଧୀକ୍ଷକ ମଧୁସ୍ମିତା ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ। ସଂଘର ଉପସଭାପତି ଅନିଲ ମାଝୀ ଧନ୍ୟବାଦ ଦେଇଥିଲେ।

ସୌଜନ୍ୟ ସମ୍ବାଦ

Exit mobile version