ଦେଶ ବିଦେଶ

Mohan Bhagawat: ମୁମ୍ବାଇରେ ଜେନ୍‌ ଜି ଓ ଜେନ୍‌ ଆଲ୍‌ଫାଙ୍କ ସହ କଥା ହେବେ ମୋହନ ଭାଗବତ

ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ଆସନ୍ତା ଅଗଷ୍ଟ ୬ ତାରିଖରେ ମୁମ୍ବାଇ ଏନ୍‌ଏମ୍‌ଏସ୍‌ସି (ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର)ରେ ଜେନ୍‌ ଜି ଓ ଜେନ୍‌ ଆଲ୍‌ଫା ସହ ଏକ ଅଧିବେଶନରେ ସାମିଲ ହେବେ।

ମୁମ୍ବାଇ: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ଆସନ୍ତା ଅଗଷ୍ଟ ୬ ତାରିଖରେ ମୁମ୍ବାଇ ଏନ୍‌ଏମ୍‌ଏସ୍‌ସି (ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର)ରେ ଜେନ୍‌ ଜି ଓ ଜେନ୍‌ ଆଲ୍‌ଫା ସହ ଏକ ଅଧିବେଶନରେ ସାମିଲ ହେବେ। ଆଇଆଇଏମ୍‌ୟୁଏନ୍‌ ( ଇଣ୍ଡିଆସ୍‌ ଇଣ୍ଟର୍‌ନ୍ୟାସନାଲ୍‌ ମୁଭ୍‌ମେଣ୍ଟ ଟୁ ୟୁନାଇଟେଡ୍‌ ନେସନ୍ସ)ର ୧୫ଶ ବାର୍ଷିକୀ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମ‌ରେ ଭାଗବତ ଜେନ୍‌ ଜି ଓ ଜେନ୍‌ ଆଲ୍‌ଫା (ଯୁବ-ତରୁଣବର୍ଗ)ଙ୍କ ସହ କଥାବାର୍ତ୍ତା କରିବେ। ଆଇଆଇଏମ୍‌ୟୁଏନ୍‌ର ବାର୍ଷିକ ଚାମ୍ପିଅନ୍‌ସିପ୍‌ କନଫରେନ୍ସର ଉଦ୍‌ଘାଟନୀ ଉତ୍ସବରେ ଦେଶବ୍ୟାପୀ ୧୦୦ରୁ ଅଧିକ ସହରରୁ ‌୨ ହଜାରରୁ ଅଧିକ ହାଇସ୍କୁଲ ଛାତ୍ରଛାତ୍ରୀ ଯୋଗ ଦେବେ ବୋଲି ଆଶା କରାଯାଉଛି।

ଉଲ୍ଲେଖଯୋଗ୍ୟ, ୧୯୯୭ରୁ ୨୦୧୨ ମଧ୍ୟ‌ରେ ଜନ୍ମିତ ବ୍ୟକ୍ତିଙ୍କୁ ଜେନ୍‌ ଜି କୁହାଯାଉଛି ଏବଂ ୨୦୧୩ରୁ ୨୦୧୫ ମଧ୍ୟରେ ଜନ୍ମିତ ବ୍ୟକ୍ତିଙ୍କୁ ଜେନ୍‌ ଆଲଫା କୁହାଯାଉଛି। ଆଇଏମ୍‌ୟୁଏନ୍‌ ପ୍ରତିଷ୍ଠାତା ରିଶାବ ଶାହ ଏହି କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଟିପ୍ପଣୀ ରଖି କହିଛନ୍ତି, ନେତୃତ୍ବ କେବଳ ପରବର୍ତ୍ତୀ ପିଢ଼ିକୁ ମାର୍ଗଦର୍ଶନ ଦେବା ନୁହେଁ ବରଂ ଏହାକୁ ଶୁଣିବାକୁ ମଧ୍ୟ ପଡ଼ିବ। ଦେଶର ଯାତ୍ରାରେ ଏହି ଗୁରୁତ୍ବପୂର୍ଣ୍ଣ ସମୟରେ ପୂର୍ବରୁ ଏଭଳି କଥାବାର୍ତ୍ତାର ଆବଶ୍ୟକତା ଥିଲା। ସମାବେଶରେ ଉଦ୍‌ବୋଧନ ଦେବା ସଂକ୍ରାନ୍ତ ଆମ ନିମନ୍ତ୍ରଣ ଗ୍ରହଣ କରିଥିବାରୁ ମୋହନ ଭାଗବତଜୀଙ୍କ ପାଖରେ ମୁଁ କୃତଜ୍ଞ ବୋଲି ସେ କହିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button