Attack On Young Man: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଆକ୍ରମଣ

ନଠୁଆବର: ଧର୍ମଶାଳା ଥାନା ଅନ୍ତର୍ଗତ ବେତଣ୍ଡା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଆକ୍ରମଣ ହେଇଛି। ଆକ୍ରମଣରେ ଗୁରୁତର ଥିବା ବ୍ୟକ୍ତି ଜଣଙ୍କ ବେତଣ୍ଡା ଗ୍ରାମର ପବନ ମଳିକଙ୍କ ପୁଅ ନିର୍ମଳ ମଳିକ (୪୦) ବୋଲି ଜଣାପଡ଼ିଛି ।
ସେ ବାରବାଟୀରୁ ବିଜୟ ମଳିକଙ୍କ ସହିତ ରାତି ୮ ଟା ସମୟରେ ବାଇକ ଯୋଗେ ଫେରୁଥିବା ସମୟରେ ବେତଣ୍ଡା ଓ ଚିତ୍ରକୁଳ ରାସ୍ତା ମଝିରେ ଗାଡ଼ି ଅଟକାଇ ତାକୁ କିଛି ଦୁର୍ବୃତ୍ତ ରାସ୍ତା କଡ଼କୁ ଘୋଷାରିନେଇ ପ୍ରବଳ ପିଟା ପିଟି କରି ଛାଡି ପଳାଇଥିଲେ l ବିଜୟ ମଳିକ ଜୋରରେ ପାଟିତୁଣ୍ଡ କରିବାରୁ ସେଠାରେ କିଛି ଲୋକ ପହଁଚି ଗୁରୁତର ଥିବା ନିର୍ମଳଙ୍କୁ ଆମ୍ବୁଲଆନ୍ସ ଯୋଗେ ଧର୍ମଶାଳା ମେଡିକାଲକୁ ପଠାଇଥିଲେ ।ଅଧିକ ସିରିୟସ ହେବାରୁ ଧର୍ମଶାଳା ମେଡିକାଲରୁ ନିର୍ମଳଙ୍କୁ କଟକସ୍ଥାନାନ୍ତର କରାଯାଇଥିଲା l
ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ
ସେହି ଘଟଣାକୁ କେନ୍ଦ୍ର କରି ନିର୍ମଳ ପରିବାର ଲୋକେ ରାତ୍ର ଗୋଟାଏ ସମୟରେ ରବୀନ୍ଦ୍ର ମଳିକଙ୍କ ପୁଅ ସୁକାନ୍ତ ମଳିକ (୩୦)ଙ୍କୁ ଝୁଡ଼ଙ୍ଗ କିଆରୀରେ ଲୁଚିଥିବା ଅବସ୍ଥାରେ ସମସ୍ତେ ମିଶି ଚାପଡ଼ରେ ହାଣି ଦେଇଥିଲେ ସେଠାକୁ କୌଣସି ଲୋକଙ୍କୁ ଛାଡୁନଥିଲେ l ପୀଡ଼ିତଙ୍କ ପରିବାରଲୋକେ ପୁଲିସଙ୍କୁ ଖବର ଦେଇଥିଲେ l ଧର୍ମଶାଳା ପୁଲିସ ପହଁଚି ସୁକାନ୍ତକୁ ଆମ୍ବୁଲାନ୍ସରେ ଧର୍ମଶାଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ପୁଲିସ ନିର୍ମଳ ପରିବାର ଲୋକଙ୍କୁ ଗିରଫ କରି ଅଧିକ ତଦନ୍ତ ଚଲାଇଛନ୍ତି l
ସୌଜନ୍ୟ ସମ୍ବାଦ




