ରାଜ୍ୟ
Bank: ୧୫ ତାରିଖ ଯାଏଁ ବ୍ୟାଙ୍କ ବନ୍ଦ: ଧର୍ମଘଟରେ ୩୬ ହଜାର କର୍ମଚାରୀ ସାମିଲ, ୧୦ ହଜାର କୋଟିର କାରବାର ପ୍ରଭାବିତ
ରାଜ୍ୟରେ ଲଗାତାର ପାଞ୍ଚ ଦିନ ବ୍ୟାଙ୍କ ବନ୍ଦ ରହିବ। ଆଜି ଧର୍ମଘଟ, ଆସନ୍ତାକାଲି ଦ୍ବିତୀୟ ଶନିବାର, ତା’ପରେ ରବିବାର, ସୋମବାର ଗଣେଶ ପୂଜା ଓ ମଙ୍ଗଳବାର ନୂଆଁଖାଇ ପାଇଁ ଛୁଟି ଥିବାରୁ ବ୍ୟାଙ୍କ ଶାଖାଗୁଡ଼ିକ ବନ୍ଦ ରହିବ।

ଭୁବନେଶ୍ବର: ରାଜ୍ୟରେ ଲଗାତାର ପାଞ୍ଚ ଦିନ ବ୍ୟାଙ୍କ ବନ୍ଦ ରହିବ। ଆଜି ଧର୍ମଘଟ, ଆସନ୍ତାକାଲି ଦ୍ବିତୀୟ ଶନିବାର, ତା’ପରେ ରବିବାର, ସୋମବାର ଗଣେଶ ପୂଜା ଓ ମଙ୍ଗଳବାର ନୂଆଁଖାଇ ପାଇଁ ଛୁଟି ଥିବାରୁ ବ୍ୟାଙ୍କ ଶାଖାଗୁଡ଼ିକ ବନ୍ଦ ରହିବ। ଆଜି ଧର୍ମଘଟ ପାଇଁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଶାଖା ବନ୍ଦ ରହିଥିଲେ ମଧ୍ୟ ଏଟିଏମ୍ ଓ କ୍ୟାସ୍ ଡିପୋଜିଟ୍ ମେସିନ୍ଗୁଡ଼ିକ ଖୋଲା ରହିଛି। ଆଜି ଗ୍ରାହକଙ୍କୁ ବିଶେଷ ଅସୁବିଧା ହୋଇନାହିଁ। କିନ୍ତୁ ଆସନ୍ତାକାଲିଠାରୁ ଚାରି ଦିନ ବ୍ୟାଙ୍କ ବନ୍ଦ ରହୁଥିବାରୁ ପ୍ରତ୍ୟକ୍ଷ କାରବାର ପ୍ରଭାବିତ ହେବା ଆଶଙ୍କା ରହିଛି।
ସୌଜନ୍ୟ ସମ୍ବାଦ




