Banking: ଲିମିଟ୍‌ରୁ ଅଧିକ ଜମା ରଖିଲେ ପଡ଼ିବ ଆୟକର ଛାଟ…

ଆମେ ମୁଖ୍ୟତଃ ଆମର ଜମାରାଶିକୁ ସେଭିଂସ୍‌ ଆକାଉଣ୍ଟ‌ରେ ରଖୁ। ହେଲେ ଏଥିରେ ବି ଗୋଟିଏ ସୀମା ଥାଏ। ଯଦି ଏହି ସୀମାରୁ ଅଧିକ ଟଙ୍କା ଜମା କଲେ ଆପଣ ଇନ୍‌କମ୍‌ ଟ୍ୟାକ୍ସ ଡିପାର୍ଟମେଣ୍ଟ ନଜରକୁ ଆସିପାରନ୍ତି।

ନୂଆଦିଲ୍ଲୀ: ଆମେ ମୁଖ୍ୟତଃ ଆମର ଜମାରାଶିକୁ ସେଭିଂସ୍‌ ଆକାଉଣ୍ଟ‌ରେ ରଖିଥାଉ। ହେଲେ ଏଥିରେ ବି ଗୋଟିଏ ସୀମା ଥାଏ। ଯଦି ଏହି ସୀମାରୁ ଅଧିକ ଟଙ୍କା ଆପଣଙ୍କ ଆକାଉଣ୍ଟରେ ଜମା କରାଯାଏ ତେବେ ଆପଣ ଇନ୍‌କମ୍‌ ଟ୍ୟାକ୍ସ ଡିପାର୍ଟମେଣ୍ଟ ନଜରକୁ ଆସିପାରନ୍ତି। ଏବିଷୟରେ ଅନେକ ଲୋକ ଅଜ୍ଞ ଥା’ନ୍ତି। ଆସନ୍ତୁ ଜାଣିବା ସେଭିଂସ୍‌ ଆକାଉଣ୍ଟକୁ ନେଇ ଥିବା ଆୟକର ବିଭାଗର ନିୟମ ସଂପର୍କରେ…

ଏହାଠୁ ଅଧିକ ଜମା ରଖନ୍ତୁ ନାହିଁ:

ଫାଇନାନ୍‌ସିଆଲ୍‌ ଏକ୍ସପର୍ଟଙ୍କ ଅନୁସାରେ ଗୋଟିଏ ଆର୍ଥିକ ବର୍ଷରେ ଆପଣଙ୍କ ଜମାଖାତାରେ ମୋଟ୍‌ ୧୦ଲକ୍ଷ ଟଙ୍କାରୁ ଅଧିକ ହେବା ଉଚିତ ନୁହେଁ। ଯଦି ଏହାଠାରୁ ଅଧିକ ପରିମାଣରେ ଆପଣ ଟଙ୍କା ରଖନ୍ତି, ତେବେ ଆୟକର ବିଭାଗକୁ ଆପଣ କାରଣ ଜଣାଇବାକୁ ପଡ଼ିବ। ଆୟକର ଅଧିନିୟମର ଧାରା ୨୬୯ ଏସ୍‌ଟି ଅନୁସାରେ, ଜଣେ ଖାତାଧାରକ ଗୋଟିଏ ଦିନ ଭିତରେ ୨ଲକ୍ଷ ଟଙ୍କାର କାରବାର କରିପାରିବେ। ନଚେତ୍‌ ବ୍ୟାଙ୍କ୍‌କୁ କାରଣ ଜଣାଇବାକୁ ପଡ଼ିବ।

ବ୍ୟାଙ୍କ୍‌ ମଧ୍ୟ କାରଣ ଦର୍ଶାଏ:

ନିୟମ ଅନୁସ‌ାରେ ଯଦି କୌଣସି ବ୍ୟକ୍ତି ଗୋଟିଏ ଦିନରେ ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର କାରବାର କରିଥାନ୍ତି ତେବେ ବ୍ୟାଙ୍କ୍‌କୁ ମଧ୍ୟ ଏହା ସଂପର୍କରେ କାରଣ ଦର୍ଶାଇବାକୁ ପ‌ଡ଼ିଥାଏ। ଏହାବାଦ୍‌ ପ୍ୟାନ୍‌କାର୍ଡର ବିବରଣୀ ଦେବାକୁ ହୋଇଥାଏ। ଯଦି ଜମାକାରୀଙ୍କ ପାଖରେ ପ୍ୟାନ୍‌ ବିବରଣୀ ନଥାଏ ତାହେଲେ ତାଙ୍କୁ ଫର୍ମ ୬୦ ବା ୬୧ ଜମା କରିବାକୁ ପଡ଼ିଥାଏ। ସେହିପରି ୧୦ଲକ୍ଷ ଟଙ୍କାରୂ ଅଧିକ ମୂଲ୍ୟର ଟ୍ରାଞ୍ଜାକ୍‌ସନ୍‌କୁ ଉଚ୍ଚମୂଲ୍ୟର କାରବାର ଭାବେ ଗଣାଯାଏ। ଏପରି କାରବାର ବିଷୟରେ ଆୟକର ବିଭାଗକୁ ବ୍ୟଙ୍କ୍‌ କାରଣ ଜଣାଇବାକୁ ପଡ଼ିଥାଏ।

ନୋଟିସ୍‌ ଆସିଲେ କ’ଣ କରିବେ?

ଅନେକ ଥର ଆପଣ କୌଣସି କାରଣବଶତଃ ଏକ ବଡ଼ ରକମର କାରବାର କରିଦିଅନ୍ତି ଏବଂ ଏହି ବିଷୟରେ ଆୟକର ବିଭାଗକୁ ଜଣାନ୍ତିନାହିଁ। ଯାହାଦ୍ବାରା ଆପଣଙ୍କ ପାଖକୁ ଆୟକର ବିଭାଗର ନୋଟିସ୍‌ ଆସି ପହଞ୍ଚିଯାଇଥାଏ। ତେବେ ଆପଣ କ’ଣ କରିବେ? ଯଦି ଆପଣଙ୍କ ପାଖକୁ ସେମିତି କିଛି ନୋଟିସ୍‌ ଆସୁଛି ତେବେ ତାହାର ଜବାବ ରଖନ୍ତୁ। ନୋଟିସ୍‌ର ଜବାବ ଦେବାସହ ଏହାସହିତ ଜଡ଼ିତ ଡକ୍ୟୁମେଣ୍ଟର ସୂଚନା ଦେବା ଜରୁରି। ଏଥିରେ ଷ୍ଟେଟ୍‌ମେଣ୍ଟ, ଜମାରାଶିର ରେକର୍ଡ କିମ୍ବା ଆସେଟ୍‌ ଆଦିର ଡକ୍ୟୁମେଣ୍ଟ ଦେବାକୁ ପଡ଼ିବ। ଯଦି ଏହାକୁ ନେଇ ଆପଣ କୌଣସି କଥା ଜାଣିପାରୁନାହାନ୍ତି ତେବେ ଆପଣ ଏସବୁ ସଂକ୍ରାନ୍ତରେ ଅର୍ଥନୈିତିକ ପରାମର୍ଶଦାତାଙ୍କ ସହଯୋଗ ନେଇପାରିବେ।

ସୌଜନ୍ୟ ସମ୍ବାଦ

Exit mobile version