ରାଜ୍ୟ

Bhadrak : ପୋଲିସର ଦାଦାଗିରି, ଆହତଙ୍କୁ ମେଡିକାଲ ନେବା ବଦଳରେ ମାଗୁଛି ଟଙ୍କା

ଭଦ୍ରକ ୧୦।୦୬ : ଭଦ୍ରକ ପୋଲିସର ଦାଦାଗିରି । ଦୁର୍ଘଟଣା ପରେ ମଧ୍ୟ ଆହତଙ୍କୁ ମେଡିକାଲ ନେବା ତ ଦୂର କଥା , ଗୁରୁତରଙ୍କ ସହ ଥିବା ଲୋକ ଠାରୁ ଟଙ୍କା ନେଇଥିବା ଅଭିଯୋଗ। ଏଭଳି ଅମାନବିକତାର ଭିଡିଓ ଭାଇରାଲ ହେଉଛି ।

ଖବର ଅନୁଯାୟୀ, ଭିଡିଓଟି ଭଦ୍ରକ ଓ ବାଲେଶ୍ୱର ସୀମାନ୍ତ ମାଇତାପୂର ଅଞ୍ଚଳର ବୋଲି ସୂଚନା ମିଳିଛି । ଭଦ୍ରକ ଜିଲ୍ଲା ଏନ୍ ଏଚ ପେଟ୍ରୋଲିଙ୍ଗ ରେ ଥିବା ଅଧିକାରୀ ଏକ କୁକୁଡ଼ା ଗାଡ଼ିକୁ ଅଟକାଇ ଚାନ୍ଦା ନେଉଥିଲେ । ପରେ କୁକୁଡ଼ା ବୋଝେଇ ଗାଡ଼ି ହଠାତ ବାହାରୁ ଥିବା ବେଳେ ଏକ ଗାଡ଼ି ସୁରକ୍ଷା ପାଇଁ ବ୍ରେକ ମାରୁଥିବା ବେଳେ ପୋଲିସ ଗାଡି ସହ ଧକ୍କା ହୋଇଥିଲା। ଜଣେ ଗୁରୁତର ହୋଇଥିବା ବେଳେ ତାଙ୍କ ସହ ଯାତ୍ରୀ ଉଦ୍ଧାର ପାଇଁ ଆକୁଳ ନିବେଦନ କରିଥିଲେ। କିନ୍ତୁ ପୋଲିସ ବାବୁ ଜଣକ ତାଙ୍କୁ ମାଡ ମାରିବା ପାଇଁ ଉଦ୍ୟମ ହୋଇଥିଲେ। ପୋଲିସ ପଣିଆ ଦେଖାଇ ସେହି ଗାଡ଼ିରୁ ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ତେବେ ଅଭିଯୋଗକାରୀ ଏନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଏତଲା ଦେଇଥିଲେ। ତେବେ ଏହି ଘଟଣାକୁ ନେଇ ଭଦ୍ରକ ଏସପି ତଦନ୍ତ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button