Bhadrak Flood Crisis : ତଳିଆ ଅଞ୍ଚଳରେ ଏବେବି ପାଣି, ଲୋକେ ହେଲେଣି ହନ୍ତସନ୍ତ

ଭଦ୍ରକ ୦୧।୦୮ : ଏବେବି ତଳିଆ ଅଞ୍ଚଳରେ ପାଣି । ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦ୍ୱାରା ୪.୬୮ ଲକ୍ଷରୁ ଅଧିକ ପ୍ରଭାବିତ ହୋଇଛନ୍ତି । ତାମଧ୍ୟରୁ ୧.୫୮ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ଜିଲ୍ଲାରେ ଜାରି ରହିଥିବା ବନ୍ୟା ପରିସ୍ଥିତି ମଧ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହାସହିତ ରିଲିଫ୍ ଓ ଥଇଥାନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ।
ସୂଚନା ଅନୁଯାୟୀ, ଜିଲ୍ଲାର ୧୧୦ଟି ଗ୍ରାମ ପଞ୍ଚାୟତ ଓ ୨୬ଟି ଓ୍ୱାର୍ଡର ୪୨୩ ଗାଁ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ମୋଟ ୪ ଲକ୍ଷ ୬୮ ହଜାର ଅଧିକ ଲୋକ ପ୍ରଭାବିଚ ହୋଇଥିବା ବେଳେ ୧ ଲକ୍ଷ ୫୮ ହଜାର ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ପ୍ରଭାବିତ ଅଞ୍ଚଳରେ ୨୮୬ଟି ମାଗଣା ରୋଷେଇ କେନ୍ଦ୍ର ଚାଲୁ ରହିଛି । ଏଥିସହ ୨୪୮.୮ କ୍ୱିଣ୍ଟାଲ ଚୁଡ଼ା ଓ ୩୩.୮୮ କ୍ୱିଣ୍ଟାଲ ଗୁଡ଼ ବଣ୍ଟନ କରାଯାଇଛି। ଏବେ ବୈତରଣୀ ନଦୀ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି , କିନ୍ତୁ ତଳିଆ ଅଞ୍ଚଳରେ ଏବେ ମଧ୍ୟ ବନ୍ୟା ପାଣି ଜମି ରହିବା ସହ ଜଳବନ୍ଦୀ ସ୍ଥିତି ସୃଷ୍ଟି କରିଛି ।

ସୌଜନ୍ୟ Prameya News7