ପ୍ରକଳ୍ପର ସିଗ୍ନାଲିଙ୍ଗ ଓ ଟେଲିକମ୍ୟୁନିକେସନ୍(ଏସ୍ ଆଣ୍ଡ୍ ଟି) ଉପାଦାନ ଅନ୍ତର୍ଗତ ଏହି ସେକ୍ସନରେ ୮ଟି
ଷ୍ଟେସନ, ୧୦ଟି ଲେଭଲ୍ କ୍ରସିଂ ଗେଟ୍ ଓ ଗୋଟିଏ ମଧ୍ୟବର୍ତ୍ତୀ ବ୍ଲକ୍ ହଟ୍ରେ କୌଣସି ପରିବର୍ତ୍ତନ ନ କରି ଉନ୍ନତୀକରଣ କାର୍ଯ୍ୟ ଚାଲିଛି। ସିଷ୍ଟମ୍ ଇଣ୍ଟିଗ୍ରେସନ୍ର ଅଂଶ ଭାବେ ପ୍ରମୁଖ ସିଗ୍ନାଲିଂ ପରିବର୍ତ୍ତନ ହୋଇଛି। ହରିପୁର, ସକ୍ଷୀଗୋପାଳ, ବୀରପୁରୁଷୋତ୍ତମପୁର, ଡେଲାଙ୍ଗ, ମାଳତୀପାଟପୁର ଓ ପୁରୀ ଷ୍ଟେସନରେ ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ(ଇଏଲ୍) ପରିବର୍ତ୍ତନ,
ଖୋର୍ଦ୍ଧା ରୋଡ୍ ଷ୍ଟେସନରେ ରୁଟ୍ ରିଲେ ଇଣ୍ଟରଲକିଂ(ଆରଆରଆଇ) ପରିବର୍ତ୍ତନ, ମୋଟାରି
ଷ୍ଟେସନରେ ପ୍ୟାନେଲ୍ ଇଣ୍ଟରଲକିଂ(ପିଆଇ) ପରିବର୍ତ୍ତନ ହୋଇଛି। ଉନ୍ନତ ସିଗ୍ନାଲିଂ ଆର୍କିଟେକଚରକୁ ନିରାପଦ ଓ ନିର୍ବିଘ୍ନ ଭାବେ ଅନ୍ତର୍ଭୁକ୍ତ କରିବାକୁ ସମସ୍ତ ସିଷ୍ଟମ୍ ଇଣ୍ଟିଗ୍ରେସନ୍ ଯୋଜନା(ଏସ୍ଆଇପି) ଅନୁମୋଦନ କରାଯାଇଛି। ୨୦୨୪ ନଭେମ୍ବରରେ ଟେଣ୍ଡର୍ ପରଠାରୁ ପ୍ରକଳ୍ପରେ ଯଥେଷ୍ଟ ଅଗ୍ରଗତି ରେକର୍ଡ କରାଯାଇଛି। ସେକ୍ସନରେ କେପି-୫, କେପି-୯ ଓ କେପି-୧୧ରେ ତିନୋଟି ଲେଭଲ୍ କ୍ରସିଂ ଗେଟ୍ ସହିତ
ଖୋର୍ଦ୍ଧା ରୋଡ୍, ହରିପୁର ଗ୍ରାମ, ମୋଟାରି ଓ ଡେଲାଙ୍ଗ ଷ୍ଟେସନରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।ଡିଡିଏସ୍
ପ୍ରଣାଳୀ ଦ୍ବାରା ଲୋକୋମୋଟିଭ୍ ପାଇଲଟ୍ମାନଙ୍କୁ ଆଗୁଆ ସିଗନାଲ ସୂଚନା ପାଇବେ। ସିଗନାଲ ଦିଗଗୁଡ଼ିକର ଉନ୍ନତ ପୂର୍ବାନୁମାନ, ସୁଗମ ଗତି ନିୟନ୍ତ୍ରଣ ଓ ସୁରକ୍ଷିତ ହାଇ-ସ୍ପିଡ୍ ଟ୍ରେନ୍ ପରିଚାଳନା ଦିଗରେ ସହାୟକ ହେବ। ଅଧିକ
ଅନୁମୋଦିତ ଗତି ରେଳ ଯାତ୍ରାକୁ ସୁଦୃଢ଼ କରାଇବ। ଉନ୍ନତ ଗତି ନିୟନ୍ତ୍ରଣ ଉତ୍ତମ ସମୟାନୁବର୍ତ୍ତୀତା ଓ ଅଧିକ ନିର୍ଭରଯୋଗ୍ୟ ଟ୍ରେନ ସେବାରେ ଅବଦାନ ରଖିବ। ହଠାତ୍ ଗତିରେ ପରିବର୍ତ୍ତନ ତଥା ବେଗ ହ୍ରାସ ଯୋଗୁଁ ଉପୁଜୁଥିବା ସମସ୍ୟାକୁ ମଧ୍ୟ ଏଡ଼ାଇ ଦିଆଯାଇପାରିବ। ଫଳରେ ଯାତ୍ରୀମାନେ ଅଧିକ ସୁଗମ ଓ ଆରାମଦାୟକ ଯାତ୍ରା କରିବେ। ବିଶେଷକରି ବୟସ୍କ ଯାତ୍ରୀ, ପିଲା ଓ ଦୂରଗାମୀ ଯାତ୍ରୀମାନେ
ଉପକୃତ ହେବେ। ଲେଭଲ୍ କ୍ରସିଂଗୁଡ଼ିକରେ ଆଧୁନିକ ସିଗ୍ନାଲିଂ ସୁରକ୍ଷିତ ସଡ଼କ କ୍ରସିଂ ସୁନିଶ୍ଚିତ କରିବ ଏବଂ ସଡ଼କ ବ୍ୟବହାରକାରୀଙ୍କ ପାଇଁ ଅପେକ୍ଷା ସମୟ ହ୍ରାସ କରିବ। ଭୁବନେଶ୍ବର-ଖୋର୍ଦ୍ଧାରୋଡ୍-ପୁରୀ ସେକ୍ସନ୍ ଏକ ପ୍ରମୁଖ ତୀର୍ଥଯାତ୍ରୀ ଓ ପର୍ଯ୍ୟଟନ୍ କରିଡର ହୋଇଥିବାରୁ ଡିଡିଏସ୍ ପ୍ରଣାଳୀ ସୁରକ୍ଷିତ, ଦ୍ରୁତ ଓ ନିର୍ଭରଯୋଗ୍ୟ ରେଳ ସେବା ସୁନିଶ୍ଚିତ କରିବ। ବିଶେଷକରି ରଥଯାତ୍ରା ଓ ପ୍ରମୁଖ ପର୍ବପର୍ବାଣୀ ଭଳି ଯାତ୍ରୀ ଭିଡ଼ ସମୟରେ ଅନେକ ସହାୟକ ହେବ।
ସୌଜନ୍ୟ ସମ୍ବାଦ