ଜିଲ୍ଲାରାଜ୍ୟ

Big Snake Rescued: ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିରାଟ ନାଗ ସାପ

ମାଲକାନଗିରି: ମାଲକାନଗିରି ଜିଲ୍ଲା ହସ୍ପିଟାଲରେ ବିରାଟ ନାଗସାପ ଉଦ୍ଧାର। ପ୍ରତିଦିନ ଭଳି ଆଜି ମଧ୍ୟ ଜିଲ୍ଲା ହସ୍ପିଟାଲରେ ରୋଗୀ ଓ ସମ୍ପର୍କୀୟଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ସକାଳୁ ସକାଳୁ ହସ୍ପିଟାଲର ଗଣେଶ ମନ୍ଦିରକୁ ପୂଜାରୀ ପୂଜା ପାଇଁ ଯିବା ବେଳେ ମନ୍ଦିର ଭିତରେ ନାଗ ସାପ ଫଣା ଟେକି ଗର୍ଜନ କରୁଥିଲା। ପୂଜାରୀ ଭୟରେ ମନ୍ଦିର ଭିତରୁ ଦୌଡି ବାହାରକୁ ବାହାରି ଚିତ୍କାର କରିଥିଲେ। ପାଟି ଶୁଣି ମନ୍ଦିର ନିକଟରେ ଲୋକଙ୍କ ଭିଡ ଜମିଥିଲା।

ହସ୍ପିଟାଲ କର୍ତ୍ତୃପକ୍ଷ ତୁରନ୍ତ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ

ହସ୍ପିଟାଲ କର୍ତ୍ତୃପକ୍ଷ ତୁରନ୍ତ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ। ସ୍ଥାନୀୟ ସ୍ନେକ ହେଲ୍ପ ଲାଇନର ସଦସ୍ୟମାନେ ମେଡିକାଲରେ ପହଞ୍ଚି ସାପକୁ ମନ୍ଦିର ଭିତରୁ ଉଦ୍ଧାର କରିଥିଲେ। ରୋଗୀ ଓ ସମ୍ପର୍କୀୟମାନେ ବିରାଟ ନାଗ ସାପକୁ ଦେଖି ଭୟ ଓ ଆତଙ୍କିତ ହୋଇଯାଇଥିଲେ। ତେବେ କାହାକୁ ସାପ କାମୁଡ଼ି ନଥିଲେ ମଧ୍ୟ ଏକ ମୂଷାକୁ ଖାଇଥିବା ଜଣାପଡ଼ିଛି।

ତେବେ ଏତେ ଭିଡ ଭିତରେ ସାପ କେଉଁଠାରୁ ଆସିଲା କେହି ଜାଣିନଥିବା କହିଥିଲେ। ମେଡିକାଲର ଡାକ୍ତରଙ୍କ କହିବା ଅନୁଯାୟୀ ମେଡିକାଲ ନିକଟରେ ଘଞ୍ଚ ଜଙ୍ଗଲ ସୃଷ୍ଟି ହୋଇଥିବା ଯୋଗୁଁ ହୁଏତ ସେଠାରୁ ବାହାରି ମେଡିକାଲ ଭିତରେ ପଶିଥାଇପାରେ। କିନ୍ତୁ ଆଗକୁ ଯେପରି କୌଣସି ସାପ ମେଡିକାଲ ଭିତରେ ନ ପଶନ୍ତି, ସେ ନେଇ ସତର୍କତା ଅବଲମ୍ବନ କରାଯିବ ବୋଲି କହିଥିଲେ।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button