ଦେଶ ବିଦେଶ

Blast in Pakistan: ପାକିସ୍ତାନ ଶାନ୍ତି ରାଲିରେ ଆତ୍ମଘାତୀ ବିସ୍ଫୋରଣ, ୫ ସୁରକ୍ଷା କର୍ମୀଙ୍କ ସମେତ ୧୪ ମୃତ

ପାକିସ୍ତାନର ଖୈବର ପଖତୁନଖ୍ବା ପ୍ରଦେଶର ସ୍ବାତ ଜିଲ୍ଲାରେ ରବିବାର ଏକ ଶାନ୍ତି ରାଲି ସମୟରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ଅତି କମ୍‌ରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୮ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଇସଲାମାବାଦ: ପାକିସ୍ତାନର ଖୈବର ପଖତୁନଖ୍ବା ପ୍ରଦେଶର ସ୍ବାତ ଜିଲ୍ଲାରେ ରବିବାର ଏକ ଶାନ୍ତି ରାଲି ସମୟରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ଅତି କମ୍‌ରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୮ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୫ଜଣ ପୁଲିସ କର୍ମଚାରୀ ଓ ସାଧାରଣ ନାଗରିକ ରହିଛନ୍ତି। ଆହତମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିପାରେ।

ସୂଚନା ଅନୁସାରେ, ସ୍ବାତ ଅମନ ଜିର୍ଗା ପକ୍ଷରୁ ଏହି ଶାନ୍ତି ରାଲିର ଆୟୋଜନ କରାଯାଇଥିଲା। ଅଞ୍ଚଳରେ ବଢ଼ୁଥିବା ହିଂସା ଓ ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ ସ୍ଥାନୀୟ ଲୋକେ ବ୍ୟାନର ଓ ପ୍ଲାକାର୍ଡ ଧରି ଶାନ୍ତି ପାଇଁ ଦାବି କରୁଥିଲେ। ରାଲି କାବାଲ ପୁଲିସ ଥାନା ନିକଟରେ ପହଞ୍ଚିବାବେଳେ ଜଣେ ଆତ୍ମଘାତୀ ଆକ୍ରମଣକାରୀ ବିସ୍ଫୋରଣ ଘଟାଇଥିଲା।

ବିସ୍ଫୋରଣ ଏତେ ପ୍ରବଳ ଥିଲା ଯେ ଘଟଣାସ୍ଥଳରେ ଅନେକ ଲୋକ ଛିଟିକି ପଡ଼ିଥିଲେ ଏବଂ ଚାରିଆଡ଼େ ଆତଙ୍କ ଖେଳିଯାଇଥିଲା। ସ୍ବାତ ଜିଲ୍ଲା ପୁଲିସ ଅଧିକାରୀ ଉମର ଗଣ୍ଡାପୁର କହିଛନ୍ତି, ବିସ୍ଫୋରଣ କାବାଲ ପୁଲିସ ଥାନାର ପ୍ରବେଶ ପଥ ନିକଟରେ ଘଟିଥିଲା। ଏହି ଆକ୍ରମଣର ଦାୟିତ୍ବ କୌଣସି ସଂଗଠନ ତୁରନ୍ତ ନିଜ ମୁଣ୍ଡକୁ ନେଇନାହିଁ। ତେବେ ଖୈବର ପଖତୁନଖ୍ବାରେ ଗତ କିଛି ମାସ ଧରି ଆତଙ୍କବାଦୀ ହିଂସା ଚାଲିଥିବାରୁ ସୁରକ୍ଷା ଏଜେନ୍ସିମାନେ ବିଭିନ୍ନ ଉଗ୍ରବାଦୀ ସଂଗଠନର ସମ୍ପୃକ୍ତିକୁ ନେଇ ତଦନ୍ତ କରୁଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button