ଦେଶ ବିଦେଶ

Karnataka: ସ୍ନାକ୍ସ ପ୍ୟାକେଟ୍‌ରେ ଥିବା ପ୍ଲାଷ୍ଟିକ୍‌ ବଲ୍‌ ଗିଳି ୫ ବର୍ଷ ଶିଶୁର ମୃତ୍ୟୁ

କର୍ଣ୍ଣାଟକର ମହୀଶୂର ଜିଲ୍ଲାରେ ସ୍ନାକ୍ସ ପ୍ୟାକେଟ୍‌ ଭିତରେ ଥିବା ଏକ ଛୋଟ ପ୍ଲାଷ୍ଟିକ୍‌ ଖେଳନା ବଲ୍‌ ଗିଳି ଜଣେ ୫ ବର୍ଷ ଶିଶୁର ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ମହୀଶୂର: କର୍ଣ୍ଣାଟକର ମହୀଶୂର ଜିଲ୍ଲାରେ ସ୍ନାକ୍ସ ପ୍ୟାକେଟ୍‌ ଭିତରେ ଥିବା ଏକ ଛୋଟ ପ୍ଲାଷ୍ଟିକ୍‌ ଖେଳନା ବଲ୍‌ ଗିଳି ଜଣେ ୫ ବର୍ଷ ଶିଶୁର ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ମୃତ ଶିଶୁର ନାମ ମୁକୁନ୍ଦ ମୟୂର। ସେ ମହୀଶୂର ଜିଲ୍ଲାର ଗୌରୀପୁରା ଗାଁର ବାସିନ୍ଦା ସନ୍ତୋଷ ଓ ଐଶ୍ବର୍ଯ୍ୟାଙ୍କ ଏକମାତ୍ର ପୁଅ ଥିଲେ। ପ୍ରାଥମିକ ସୂଚନା ଅନୁସାରେ, ଶନିବାର ସେ ଏକ ସ୍ନାକ୍ସ ପ୍ୟାକେଟ୍‌ ଖୋଲିବା ପରେ ସେଥିରେ ଥିବା ଛୋଟ ପ୍ଲାଷ୍ଟିକ୍‌ ଉପହାର ବଲ୍‌କୁ ଗିଳି ଦେଇଥିଲେ। ଏହା ତାଙ୍କ ତଣ୍ଟିରେ ଅଟକି ଯିବାରୁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିଲା। ମୁକୁନ୍ଦଙ୍କ ଅକାଳ ମୃତ୍ୟୁରେ ପରିବାର ଭାଙ୍ଗି ପଡ଼ିଥିବା ବେଳେ ଗାଁରେ ମଧ୍ୟ ଶୋକର ପରିବେଶ ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ହୁନସୁର ଗ୍ରାମୀଣ ଥାନାରେ ଏକ ମାମଲା ରୁଜୁ କରାଯାଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button