ଦେଶ ବିଦେଶ

Supermoon: ଶତାବ୍ଦୀର ବିରଳ ସୁପରମୁନ୍: ଆକାଶରେ ଦୃଶ୍ୟମାନ ହେଲା ଚଳିତ ବର୍ଷର ପ୍ରଥମ ସୁପରମୁନ୍, ଦେଶର ବିଭିନ୍ନ ସହରରୁ ଆସିଲା ଦୃଶ୍ୟ

ଆକାଶରେ ଦୃଶ୍ୟମାନ ହେଲା ଚଳିତ ବର୍ଷର ପ୍ରଥମ ସୁପରମୁନ୍ । ନୂଆବର୍ଷ ଆରମ୍ଭ ସହ ଆକାଶରେ ଦେଖା ଦେଇଛି ମହାଜାଗତିକ ଦୃଶ୍ୟ। କୋଲକାତା, ଉତ୍ତରପ୍ରଦେଶ ସମେତ ଅନେକ ସହରରେ ଏହି ବିରଳ ଦୃଶ୍ୟ ଦେଇବାକୁ ମିଳିଥିବା ବେଳେ ଏହାର ମଜା ନେଉଛନ୍ତି ଲୋକେ

ନୂଆଦିଲ୍ଲୀ: ଆକାଶରେ ଦୃଶ୍ୟମାନ ହେଲା ଚଳିତ ବର୍ଷର ପ୍ରଥମ ସୁପରମୁନ୍ । ନୂଆବର୍ଷ ଆରମ୍ଭ ସହ ଆକାଶରେ ଦେଖା ଦେଇଛି ମହାଜାଗତିକ ଦୃଶ୍ୟ । ଆକାଶରେ ଚନ୍ଦ୍ର ସାଧାରଣ ଅପେକ୍ଷା ବଡ଼ ଏବଂ ଉଜ୍ଜ୍ୱଳ ଦେଖାଯିବା ସହ ପୃଥିବୀର ନିକଟତର ହେବାକୁ ସୁପରମୁନ୍ କୁହାଯାଏ । ଯାହା ଜାନୁଆରୀ ୩ ତାରିଖ ଅର୍ଥାତ ଆଜି ଦେଖା ଦେଇଛି । କୋଲକାତା, ଉତ୍ତରପ୍ରଦେଶ ସମେତ ଅନେକ ସହରରେ ଏହି ବିରଳ ଦୃଶ୍ୟ ଦେଇବାକୁ ମିଳିଥିବା ବେଳେ ଏହାର ମଜା ନେଉଛନ୍ତି ଲୋକେ । ବିଭିନ୍ନ ସହରରୁ ସୁପରମୁନର ଦୃଶ୍ୟ ଆସିବାରେ ଲାଗିଛି ।

ତେବେ ଆପଣ ବି ଯଦି ଏହି ଦୃଶ୍ୟ ଦେଖିବାକୁ ଚାହୁଁଛନ୍ତି ତାହାଲେ ଘରୁ ବାହାରକୁ ବାହାରି ଆକାଶକୁ ଚାହିଁ ଏହି ବିରଳ ଦୃଶ୍ୟର ମଜା ନେଇପାରିବେ କିମ୍ବା ଆପଣଙ୍କୁ ଏହି ଦୃଶ୍ୟ ଦେଖିବାକୁ ମଧ୍ଯ ରାତ୍ରୀ ଯାଏଁ ଅପେକ୍ଷା କରିବାକୁ ପଡିପାରେ ।

ଶତାବ୍ଦୀର ଏହା ବିରଳ ସୁପରମୁନ୍ । ଦୀର୍ଘ ୧୧୩ ବର୍ଷ ପରେ ବିରଳ ସଂଯୋଗ ହୋଇଛି । ଆଜି ପୌଷ ପୂର୍ଣ୍ଣିମାରେ ଚଳିତ ବର୍ଷର ପ୍ରଥମ ସୁପରମୁନ୍ ଦୃଶ୍ୟମାନ ହେଉଛି । ଅନ୍ୟ ସୁପରମୁନ୍ ଅପେକ୍ଷା ଏହା ଖୁବ୍ ବିରଳ । କାରଣ ଆଜି ଚନ୍ଦ୍ର ପୃଥିବୀର ନିକଟତର ହେବା ସହ ପୃଥିବୀ ମଧ୍ୟ ସୂର୍ଯ୍ୟର ସବୁଠୁ ନିକଟତର । ଆଜି ଜହ୍ନ ସବୁଠୁ ଅଧିକ ଉଜ୍ଜ୍ୱଳ ଦେଖାଯିବ । ଅନ୍ୟ ଦିନ ମାନଙ୍କ ଠାରୁ ୩୦ ପ୍ରତିଶତ ଉଜ୍ଜ୍ବଳ ଦିଶିବ ।

ସେପଟେ ଶେଷଥର ପାଇଁ ୧୯୧୨ ମସିହାରେ ଏଭଳି ସଂଯୋଗ ଆସିଥିଲା । ସୂର୍ଯ୍ୟାସ୍ତ ପରେ ପରେ ସନ୍ଧ୍ୟା ୫ଟା ୪୫ରୁ ୬ଟା ମଧ୍ୟରେ ସବୁଠୁ ବଡ଼ ଓ ଉଜ୍ଜ୍ୱଳ ପୂର୍ଣ୍ଣଚନ୍ଦ୍ର ଦେଖିବାକୁ ମିଳିଲାଣି । ଏହା ସ୍ୱାଭାବିକ ଠାରୁ ୧୪ ପ୍ରତିଶତ ବଡ଼ ଓ ୩୦ ପ୍ରତିଶତ ଉଜ୍ଜ୍ୱଳ ରହିଛି । ଚନ୍ଦ୍ର ପୃଥିବୀ ଚାରିପଟେ ଅଣ୍ଡାକାର କକ୍ଷପଥରେ ଘୁରି ବୁଲିଥାଏ । ତେବେ ଏହା ପୃଥିବୀ ନିକଟରେ ଥିବା ଅବସ୍ଥାରେ ପୂର୍ଣ୍ଣିମା ଆସିଲେ ସୁପରମୁନ୍ ଦେଖାଯାଏ । ଏବେ ପୃଥ‌ିବୀ ଠାରୁ ଚନ୍ଦ୍ରର ଦୂରତା ପ୍ରାୟ ୩ ଲକ୍ଷ ୬୨ ହଜାର କିଲୋମିଟର ରହିଛି ।

 

 

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button