ରାଜ୍ୟ

Low Pressure Fear: ୧୩ରେ ବଙ୍ଗୋପସାଗରରେ ଲଘୁଚାପ,ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳକୁ ମୁହାଁଇପାରେ

ଭୁବନେଶ୍ୱର,୦୯/୧୦: ଆସନ୍ତା ୧୧  ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ  ସୃଷ୍ଟି ହେବ । ୧୩ ତାରିଖ ବେଳକୁ ଦକ୍ଷିଣ ପୂର୍ବ  ବଙ୍ଗୋପସାଗରରେ ଏହା ଲଘୁଚାପରେ ପରିଣତ  ହୋଇପାରେ । ଏହା ଉତ୍ତର, ପଶ୍ଚିମ ଦିଗରେ  ମୁହାଁଇ ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ  ଆଡ଼କୁ ଯାଇପାରେ । ଓଡ଼ିଶା ଉପରେ ଏହାର  ପ୍ରଭାବ ପଡ଼ିନପାରେ ବୋଲି ଭାରତୀୟ ପାଣିପାଗ  ବିଭାଗ(ଆଇଏମ୍‌ଡି) ବିସ୍ତାରିତ ଆକଳନରୁ  ଜଣାପଡ଼ିଛି ।

ସେପଟେ ଓଡ଼ିଶାରୁ ଦକ୍ଷିଣ ପଶ୍ଚିମ ମୌସୁମୀ  ବାୟୁର ବିଦାୟ ପ୍ରକ୍ରିୟା ଆରମ୍ଭ ହୋଇଛି । ବରଗଡ଼,  ଝାରସୁଗୁଡ଼ା ଓ ସୁନ୍ଦରଗଡ଼ର କିଛି ଅଞ୍ଚଳରୁ ମୌସୁମୀ  ବାୟୁର ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଛି । ଆସନ୍ତା ୩ରୁ  ୪ ଦିନରେ ପୂର୍ବ ଭାରତର ଆହୁରି କିଛି ଅଞ୍ଚଳରୁ  ମୌସୁମୀ ବାୟୁ ବିଦାୟ ନେବ ବୋଲି ପାଣିପାଗ  ବିଶେଷଜ୍ଞ କହିଛନ୍ତି । ୧୪ ତାରିଖ ଯାଏ ଦେଶରେ  ସ୍ୱାଭାବିକଠାରୁ କମ୍‌ ବର୍ଷା ହେବ ବୋଲି ଆଇଏମ୍‌ଡି  ଆକଳନ କରିଛି । ସେହିଭଳି ୧୫ରୁ ୨୧ ତାରିଖ  ଭିତରେ ପୂରା ଦେଶରୁ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ  କରିବ ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି ।

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button