ରାଜ୍ୟ
Bus Drivers: ମୁଖ୍ୟମନ୍ତ୍ରୀ ବସ ଚାଳକଙ୍କ ଧର୍ମଘଟ, କେନ୍ଦୁଝର ଜିଲ୍ଲାର ସାତଟି ବ୍ଲକରେ ବସ୍ ସେବା ଠପ୍
ଠିକ୍ ସମୟରେ ଦରମା ମିଳୁନଥିବା ପ୍ରତିବାଦରେ ମୁଖ୍ୟମନ୍ତ୍ରୀ ବସ୍ ଚାଳକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ କେନ୍ଦୁଝର ଜିଲ୍ଲାର ସାତଟି ବ୍ଲକରେ ବସ ଚାଳକମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଥିବାରୁ ବସ ସେବା ସମ୍ପୂର୍ଣ୍ଣ ଠପ ହୋଇଯାଇଛି।

ହାଟଡିହି: ଠିକ୍ ସମୟରେ ଦରମା ମିଳୁନଥିବା ପ୍ରତିବାଦରେ ମୁଖ୍ୟମନ୍ତ୍ରୀ ବସ୍ ଚାଳକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ କେନ୍ଦୁଝର ଜିଲ୍ଲାର ସାତଟି ବ୍ଲକରେ ବସ ଚାଳକମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଥିବାରୁ ବସ ସେବା ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ବସ୍ ସେବା ପ୍ରଭାବିତ ହୋଇ ଯାତ୍ରୀମାନେ ହଇରାଣ ହେଉଛନ୍ତି।
ଦୁର୍ବ୍ୟବହାରର ଶିକାର ହେଉଛନ୍ତି
ବସ୍ ରହିବା ପାଇଁ ବସଷ୍ଟାଣ୍ଡ ନଥିବାରୁ ରାସ୍ତାକଡରେ ବସ ଠିଆ ହେଉଥିବାରୁ ଚାଳକମାନେ ଦୁର୍ବ୍ୟବହାରର ଶିକାର ହେଉଛନ୍ତି। ଚାଳକ ମାନଙ୍କ ପାଇଁ କୌଣସି ଘର ନଥିବାରୁ ବସ ଭିତରେ ଖିଆପିଆ, ବସ ଭିତରେ ବିଶ୍ରାମ କରୁଛନ୍ତି। ଆଠ ଘଣ୍ଟା ସ୍ଥଳେ ୧୨ଘଣ୍ଟା ଡିଉଟି କରୁଥିଲେ ବି ଅଧିକ ଦରମା ମିଳୁନି। ଆଜି ବସଗୁଡିକ ବ୍ଲକ ପରିସରରେ ରହିଥିବା ବେଳେ ଚାଳକମାନେ ବ୍ଲକ ସମ୍ମୁଖରେ ଠିଆ ହୋଇ ପ୍ରତିବାଦ କରିଛନ୍ତି।
ସୌଜନ୍ୟ ସମ୍ବାଦ




