ରାଶିଫଳ

Horoscope Today : ମେ’୨୩ ତାରିଖ, ଶନିବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ମେଷ– କାର୍ଯ୍ୟକ୍ଷେତ୍ରରେ ଉନ୍ନତିର ସୁଯୋଗ ମିଳିପାରେ। ପରିବାରରେ ସୁଖ ଓ ଶାନ୍ତି ବଜାୟ ରହିବ। ଧନ ପ୍ରାପ୍ତିର ଯୋଗ ରହିଛି। ବନ୍ଧୁଙ୍କ ସହଯୋଗ ମିଳିବ। ସ୍ୱାସ୍ଥ୍ୟ ସାଧାରଣ ରହିବ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ।

ବୃଷ– ଘାତ ବାର ଥିବାରୁ ସତର୍କତା ଅବଲମ୍ବନ କରନ୍ତୁ। ଅନାବଶ୍ୟକ ବିବାଦରୁ ଦୂରେଇ ରୁହନ୍ତୁ। ଅର୍ଥ ନେଣଦେଣରେ ସାବଧାନ ରହିବା ଭଲ। ପରିବାରରେ ସାମାନ୍ୟ ମତଭେଦ ଦେଖାଦେଇପାରେ। ଯାତ୍ରାରେ ସତର୍କ ରୁହନ୍ତୁ। ସନ୍ଧ୍ୟା ପରେ ଶୁଭ ଫଳ ମିଳିବ।

ମିଥୁନ– ଯୋଜନା ସଫଳ ହେବ। ବ୍ୟବସାୟରେ ଲାଭର ଯୋଗ ରହିଛି। ପରିବାରରେ ଖୁସିର ପରିବେଶ ରହିବ। ଛାତ୍ରଛାତ୍ରୀମାନେ ଭଲ ଫଳ ପାଇବେ। ନୂତନ ପରିଚୟ ଲାଭଦାୟକ ହେବ। ସ୍ୱାସ୍ଥ୍ୟ ଭଲ ରହିବ।

କର୍କଟ– ମନୋବଳ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ପ୍ରଶଂସା ମିଳିପାରେ। ଧନ ସମ୍ବନ୍ଧୀୟ ଚିନ୍ତା ଦୂର ହେବ। ପରିବାରର ସହଯୋଗ ମିଳିବ। ଅଟକିଥିବା କାମ ସମ୍ପୂର୍ଣ୍ଣ ହେବ। ଦୂରଯାତ୍ରାର ଯୋଗ ରହିଛି।

ସିଂହ– ଘାତ ବାର ଥିବାରୁ ଅତ୍ୟଧିକ ଉତ୍ସାହ ପ୍ରଦର୍ଶନ କରନ୍ତୁ ନାହିଁ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହ ମତଭେଦ ହୋଇପାରେ। ଧନ ବ୍ୟୟ ବଢ଼ିପାରେ। ପରିବାରରେ ଧୈର୍ଯ୍ୟ ରଖନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରୁହନ୍ତୁ। ଈଶ୍ୱର ସ୍ମରଣ ଶୁଭ ଫଳ ଦେବ।

କନ୍ୟା– ଘାତ ବାର କାରଣରୁ ପ୍ରତ୍ୟେକ ନିଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ। ବ୍ୟବସାୟରେ ତଡ଼ିଘଡ଼ି କରନ୍ତୁ ନାହିଁ। ପରିବାରରେ ଶାନ୍ତି ବଜାୟ ରଖନ୍ତୁ। ଧନ ନିବେଶରେ ସତର୍କ ରୁହନ୍ତୁ। ବନ୍ଧୁଙ୍କ ସହଯୋଗ ମିଳିବ। ସନ୍ଧ୍ୟା ପରେ ମନ ପ୍ରଫୁଲ୍ଲ ରହିବ।

ତୁଳା– ଭାଗ୍ୟର ସହଯୋଗ ପାଇବେ। କାର୍ଯ୍ୟକ୍ଷେତ୍ରରେ ନୂଆ ଅବସର ମିଳିବ। ପରିବାରରେ ଖୁସି ରହିବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ସମାଜରେ ମାନସମ୍ମାନ ବଢ଼ିବ। ସ୍ୱାସ୍ଥ୍ୟ ଭଲ ରହିବ।

ବିଛା– ଅଟକିଥିବା କାମରେ ସଫଳତା ମିଳିବ। ଆୟ ବୃଦ୍ଧିର ସୁଯୋଗ ରହିଛି। ପରିବାରରେ ଶୁଭ ସମ୍ବାଦ ମିଳିପାରେ। ଛାତ୍ରଛାତ୍ରୀମାନେ ଉପକୃତ ହେବେ। ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ। ମନ ପ୍ରସନ୍ନ ରହିବ।

ଧନୁ– ନୂତନ ଯୋଜନା ଆରମ୍ଭ କରିପାରନ୍ତି। ବ୍ୟବସାୟରେ ଲାଭ ମିଳିବ। ପରିବାରରେ ସହଯୋଗ ରହିବ। ଦୂରଯାତ୍ରାରୁ ଲାଭ ମିଳିପାରେ। ଧନ ପ୍ରାପ୍ତିର ଯୋଗ ରହିଛି। ସ୍ୱାସ୍ଥ୍ୟ ଭଲ ରହିବ।

ମକର– ଘାତ ଚନ୍ଦ୍ର ଥିବାରୁ ସମସ୍ତ କାର୍ଯ୍ୟରେ ସତର୍କ ରୁହନ୍ତୁ। ମାନସିକ ଅସ୍ଥିରତା ଦେଖାଦେଇପାରେ। ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ। ପରିବାରରେ ଧୈର୍ଯ୍ୟ ଧରନ୍ତୁ। ଯାତ୍ରା ଓ ଯାନବାହନ ବ୍ୟବହାରରେ ସାବଧାନ ରୁହନ୍ତୁ। ଶିବ ଆରାଧନା ଶୁଭ ଫଳ ଦେବ।

କୁମ୍ଭ– କାର୍ଯ୍ୟକ୍ଷେତ୍ରରେ ଉନ୍ନତିର ସମ୍ଭାବନା ରହିଛି। ଆର୍ଥିକ ଦିଗ ଶକ୍ତିଶାଳୀ ହେବ। ପରିବାରରେ ଆନନ୍ଦମୟ ପରିବେଶ ରହିବ। ବନ୍ଧୁଙ୍କ ସହ ସମୟ ଭଲ କଟିବ। ନୂତନ କାର୍ଯ୍ୟରେ ସଫଳତା ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ।

ମୀନ– ଭାଗ୍ୟର ସହଯୋଗ ମିଳିବ। ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ପରିବାରରେ ସୁଖ ଓ ଶାନ୍ତି ରହିବ। ବ୍ୟବସାୟରେ ଲାଭର ଯୋଗ ରହିଛି। ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ଦିନଟି ସାମଗ୍ରିକ ଭାବେ ଶୁଭ ରହିବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682

ସୌଜନ୍ୟ Prameya News7

Show More
Back to top button