ଦେଶ ବିଦେଶ

CID: ଜେରା ପାଇଁ ସିଆଇଡିରେ ହାଜର ହେଲେ ଅଭିଷେକ ବାନାର୍ଜୀ

ପଶ୍ଚିମବଙ୍ଗ ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତା ବାଛିବାପାଇଁ ହୋଇଥିବା ଦସ୍ତଖତ ଜାଲିଆତି ମାମଲାରେ ଆଜି ତୃଣମୂଳ କଂଗ୍ରେସ ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଜେରା ପାଇଁ ସିଆଇଡିରେ ହାଜର ହୋଇଛନ୍ତି।

କୋଲକାତା: ପଶ୍ଚିମବଙ୍ଗ ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତା ବାଛିବାପାଇଁ ହୋଇଥିବା ଦସ୍ତଖତ ଜାଲିଆତି ମାମଲାରେ ଆଜି ତୃଣମୂଳ କଂଗ୍ରେସ ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଜେରା ପାଇଁ ସିଆଇଡିରେ ହାଜର ହୋଇଛନ୍ତି। ଅଭିଷେକଙ୍କୁ ପୂର୍ବରୁ ଏହି ମାମଲାରେ ତଦନ୍ତକାରୀ ସଂସ୍ଥା ୩ଟି ନୋଟିସ୍‌ କରିଥିଲେ ସୁଦ୍ଧା ସେ ହାଜର ହୋଇନଥିଲେ। ଆଜି ଅପରାହ୍ନ ୪.୩୦ରେ ଅଭିଷେକ ଦିଲ୍ଲୀରୁ କୋଲକାତାକୁ ଫେରିବାପରେ ସିଆଇଡିରେ ହାଜର ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ ପଶ୍ଚିମବଙ୍ଗରେ ଶାସନ ପରିବର୍ତ୍ତନ ହେବାପରେ ଟିଏମ୍‌ସିର ଡାଏମଣ୍ଡ ହାର୍ବର ସାଂସଦ ପ୍ରଥମ ଥର ପାଇଁ ରାଜ୍ୟ ତଦନ୍ତକାରୀ ସଂସ୍ଥାରେ ହାଜର ହୋଇଛନ୍ତି। ପୂର୍ବରୁ ସେ ସ୍କୁଲ୍‌ ଚାକିରି ନିଯୁକ୍ତି ମାମଲାରେ ଇଡି ଏବଂ ସିବିଆଇ ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ନିକଟରେ ହାଜର ହୋଇଥିଲେ। କାଲକାଟା ହାଇକୋର୍ଟ ଆଜି ଅଭିଷେକଙ୍କୁ କୌଣସି ପ୍ରକାର ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନରୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିବାପରେ ସେ ଆଜି ସନ୍ଧ୍ୟା ୫.୫୦‌ରେ ସିଆଇଡି ମୁଖ୍ୟାଳୟ ‘ଭବାନୀ ଭବନ’ରେ ପହଞ୍ଚିଥିଲେ। କୋର୍ଟ ଅଭିଷେକଙ୍କୁ ସନ୍ଧ୍ୟା ୬ଟା ସୁଦ୍ଧା ସିଆଡି ମୁଖ୍ୟାଳୟରେ ହାଜର ହେବାପାଇଁ କହିଥିଲେ।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button