ଦେଶ ବିଦେଶ

UNHCR Report: ବଳପୂର୍ବକ ବିସ୍ଥାପିତଙ୍କ ସଂଖ୍ୟା ୧୧୮ ନିୟୁତକୁ କମିଛି: ଜାତିସଂଘ

ଗତ ବର୍ଷ ଏକ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ବଳପୂର୍ବକ ବିସ୍ଥାପିତ ହୋଇଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଇଛି ବୋଲି ଗୁରୁବାର ଜାତିସଂଘ କହିଛି। ଜାତିସଂଘର ଶରଣାର୍ଥୀ ଏଜେନ୍ସି କହିଛି ଯେ, ୨୦୨୫ ଶେଷ ସୁଦ୍ଧା ସାରା ବିଶ୍ୱରେ ୧୧୭.୮ ନିୟୁତ ଲୋକ...

ଜେନେଭା: ଗତ ବର୍ଷ ଏକ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ବଳପୂର୍ବକ ବିସ୍ଥାପିତ ହୋଇଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଇଛି ବୋଲି ଗୁରୁବାର ଜାତିସଂଘ କହିଛି। ଜାତିସଂଘର ଶରଣାର୍ଥୀ ଏଜେନ୍ସି କହିଛି ଯେ, ୨୦୨୫ ଶେଷ ସୁଦ୍ଧା ସାରା ବିଶ୍ୱରେ ୧୧୭.୮ ନିୟୁତ ଲୋକ ସେମାନଙ୍କ ଘରୁ ବଳପୂର୍ବକ ବିସ୍ଥାପିତ ହୋଇଥିଲେ, ଯାହା ଏକ ବର୍ଷ ପୂର୍ବ ତୁଳନାରେ ୫.୪ ନିୟୁତ ହ୍ରାସ ପାଇଛି।

ଏଜେନ୍ସି କହିଛି ଯେ, ଯୁଦ୍ଧ, ହିଂସା ଓ ନିର୍ଯାତନା ହେତୁ ପଳାୟନ କରିବାକୁ ବାଧ୍ୟ ହୋଇଥିବା ଲୋକଙ୍କ ସଂଖ୍ୟା ତଥାପି ଅଧିକ ରହିଛି। ଆସନ୍ତା ଦଶନ୍ଧି ମଧ୍ୟରେ ଦୀର୍ଘକାଳୀନ ବିସ୍ଥାପନକୁ ହ୍ରାସ କରିବାକୁ ପଦକ୍ଷେପ ନେବାକୁ ଏଜେନ୍ସି ଅନୁରୋଧ କରିଛି। ୟୁଏନ୍‌ଏଚ୍‌ସିଆର୍‌ ଏହାର ବାର୍ଷିକ ରିପୋର୍ଟରେ ସ୍ପଷ୍ଟ କରିଛି ଯେ, ବିସ୍ଥାପନ ସଂଖ୍ୟା ହ୍ରାସ ପାଇବା ଶରଣାର୍ଥୀଙ୍କ ସଂଖ୍ୟାରେ ତୀବ୍ର ବୃଦ୍ଧି ଏବଂ ଆଭ୍ୟନ୍ତରୀଣ ବିସ୍ଥାପିତ ଘରକୁ ଫେରିବା ସହିତ ଜଡିତ। ୨୦୨୫ ମସିହାରେ ୧୪.୭ ନିୟୁତ ବିସ୍ଥାପିତ ସେମାନଙ୍କ ଜନ୍ମସ୍ଥାନକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରେ ୪.୪ ନିୟୁତ ଶରଣାର୍ଥୀ ଅଛନ୍ତି ଯେଉଁମାନେ ନିଜ ଦେଶକୁ ଫେରିଛନ୍ତି, ଯାହା ୬୦ ବର୍ଷ ପୂର୍ବେ ରେକର୍ଡ ଆରମ୍ଭ ହେବା ପରଠାରୁ ଦ୍ୱିତୀୟ ସର୍ବାଧିକ ଶରଣାର୍ଥୀ ପ୍ରତ୍ୟାବର୍ତ୍ତନ।

ଜାତିସଂଘର ଶରଣାର୍ଥୀ ବିଭାଗ ମୁଖ୍ୟ ବରହାମ ସାଲିହ ଜେନେଭାରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଗତ ବର୍ଷ ଘରକୁ ଫେରିଥିବା ଶରଣାର୍ଥୀଙ୍କ ମଧ୍ୟରୁ ୯୦ ପ୍ରତିଶତରୁ ଅଧିକ ଆଫଗାନିସ୍ତାନ, ସୁଦାନ ଓ ସିରିଆର ଥିଲେ। ଏହି ପ୍ରତ୍ୟାବର୍ତ୍ତନ ମଧ୍ୟରୁ ଅଧିକାଂଶ ସୁରକ୍ଷା ଓ ସ୍ଥିରତା ଯୋଗୁ ନୁହେଁ, ବରଂ ଚାପରେ ଘଟିଛି। ସେମାନେ ସେହି ଦେଶକୁ ଫେରିଛନ୍ତି ଯେଉଁଠାରେ ଏବେ ବି ଅସୁରକ୍ଷା ରହିଛି, ଯେଉଁଠାରେ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି ଏବଂ ମୌଳିକ ସେବା ଓ ଅର୍ଥନୈତିକ ସୁଯୋଗର ଅଭାବ ରହିଛି। ଏଭଳି ପ୍ରତ୍ୟାବର୍ତ୍ତନ ସୁରକ୍ଷିତ ନୁହେଁ ଏବଂ ସେମାନେ ପୁଣି ବିସ୍ଥାପିତ ହେବା ଆଶଙ୍କା ରହିଛି। ଏଥିପାଇଁ ଥଇଥାନ ଓ ସ୍ଥାୟୀ ପଦକ୍ଷେପର ଆବଶ୍ୟକତା ଅଛି ବୋଲି ସେ କହିଛନ୍ତି।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button