ଦେଶ ବିଦେଶପାଣିପାଗ

Climate Crisis: ସତର୍କ ସଙ୍କେତକୁ ଅଣଦେଖା କଲେ ପରିସ୍ଥିତି ଗୁରୁତର ହେବ: ବିଶେଷଜ୍ଞଙ୍କ ମତ

ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏବେ ବିଶ୍ୱର ସବୁଠାରୁ ବୃହତ୍ ଓ ଜନବହୁଳ ମହାଦେଶ ଏସିଆ ଉପରେ ପଡ଼ିଛି। ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍ଓ)ର ‘ଷ୍ଟେଟ୍ ଅଫ୍ ଦ କ୍ଲାଇମେଟ୍ ଇନ୍ ଏସିଆ ୨୦୨୫’ ରିପୋର୍ଟରେ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି।

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏବେ ବିଶ୍ୱର ସବୁଠାରୁ ବୃହତ୍ ଓ ଜନବହୁଳ ମହାଦେଶ ଏସିଆ ଉପରେ ପଡ଼ିଛି। ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍ଓ)ର ‘ଷ୍ଟେଟ୍ ଅଫ୍ ଦ କ୍ଲାଇମେଟ୍ ଇନ୍ ଏସିଆ ୨୦୨୫’ ରିପୋର୍ଟରେ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି।
ଜୁନ୍ ୧୭, ୨୦୨୬ରେ ପ୍ରକାଶିତ ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ୧୯୯୧ରୁ ୨୦୨୫ ମଧ୍ୟରେ ଏସିଆର ତାପମାତ୍ରା ବୃଦ୍ଧିର ହାର ପୂର୍ବ ତିନି ଦଶନ୍ଧି ତୁଳନାରେ ପ୍ରାୟ ଦୁଇଗୁଣ ହୋଇଛି। ଏହାର ପ୍ରଭାବ ସ୍ୱରୂପ ୨୦୨୫ ବର୍ଷ ଏସିଆର ଇତିହାସର ଦ୍ୱିତୀୟ ସବୁଠାରୁ ଉଷ୍ଣ ବର୍ଷ ଭାବେ ରେକର୍ଡ ହୋଇଛି।

ଏହି ରିପୋର୍ଟ କେବଳ ପାଣିପାଗ ସମ୍ବନ୍ଧୀୟ ତଥ୍ୟ ନୁହେଁ, ବରଂ ଏକ ଗୁରୁତର ସତର୍କବାଣୀ। ଏହା ସ୍ପଷ୍ଟ କରିଛି ଯେ, ଜଳବାୟୁ ସଙ୍କଟ ଭାରତ, ଚୀନ, ଜାପାନ ଓ ପାକିସ୍ତାନ ସମେତ ସମଗ୍ର ଏସିଆ ପାଇଁ ବର୍ତ୍ତମାନର ସବୁଠାରୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି।୨୦୨୫ରେ ଜାପାନ, ଚୀନ ଓ ଦକ୍ଷିଣ କୋରିଆରେ ରେକର୍ଡ ଭାଙ୍ଗିଥିବା ଗରମ ଅନୁଭୂତ ହୋଇଥିବା ବେଳେ ମଧ୍ୟ ଓ ପଶ୍ଚିମ ଏସିଆରେ ଦୀର୍ଘ ସମୟ ଧରି ଉତ୍ତାପ ପ୍ରବାହ ଜାରି ରହିଥିଲା। ତୀବ୍ର ଗରମ ଓ ମରୁଡ଼ି ଦକ୍ଷିଣ କୋରିଆରେ ଭୟଙ୍କର ଜଙ୍ଗଲ ନିଆଁର କାରଣ ପାଲଟିଥିବା ବେଳେ ଭାରତରେ ମଧ୍ୟ ଏହା ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ର ଉପରେ ପ୍ରଭାବ ପକାଇଥିଲା।

୨୦୨୫ରେ ଏସିଆରେ ପାଣିପାଗର ଚରମ ରୂପ ଦେଖିବାକୁ ମିଳିଥିଲା। କେତେକ ଅଞ୍ଚଳରେ ଭୟଙ୍କର ବନ୍ୟା ହୋଇଥିବା ବେଳେ ଅନ୍ୟ କେତେକ ସ୍ଥାନରେ ଜଳ ସଙ୍କଟ ଓ ମରୁଡ଼ି ପରିସ୍ଥିତି ଦେଖାଦେଇଥିଲା। ପାକିସ୍ତାନ ଓ ଭିଏତନାମରେ ବନ୍ୟା ବ୍ୟାପକ ଜନଜୀବନ ଓ ଅର୍ଥନୀତିକୁ ପ୍ରଭାବିତ କରିଥିଲା। ଏହାସହ ଘୂର୍ଣ୍ଣିଝଡ଼, ଧୂଳି ଝଡ଼ ଓ ଜଙ୍ଗଲ ନିଆଁ ଭଳି ଘଟଣା ଜଳବାୟୁ ସଙ୍କଟର ଗମ୍ଭୀରତାକୁ ଆହୁରି ସ୍ପଷ୍ଟ କରିଛି।ବିଶେଷଜ୍ଞମାନଙ୍କ ମତରେ, ଏହି ସତର୍କ ସଙ୍କେତକୁ ଅଣଦେଖା କଲେ ଆଗାମୀ ଦିନରେ ଏସିଆ ପାଇଁ ପରିସ୍ଥିତି ଆହୁରି ଗୁରୁତର ହୋଇପାରେ।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button