ଭୁବନେଶ୍ବର: ଟାଟା କମ୍ପାନି ପକ୍ଷରୁ ଉପଭୋକ୍ତାଙ୍କୁ ବେନିୟମ ସୁରକ୍ଷା ରାଶି ଜମା ଦାବି ତଥା ଘରୋଇ ଓ କୃଷି କ୍ଷେତ୍ରକୁ ମାଗଣା ବିଜୁଳି ପ୍ରଦାନ କରିବାକୁ ନେଇ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ପ୍ରକାଶ ଜେନାଙ୍କ ନେତୃତ୍ବରେ ଦଳର ବରିଷ୍ଠ ନେତୃବର୍ଗ ଏକ ପଦଯାତ୍ରାରେ ଟାଟା ପାୱାର କାର୍ଯ୍ୟାଳୟକୁ ଯାଇ ଗେଟରେ ତାଲା ପକାଇଥିଲେ। ଏହି ଅବସରରେ ପିସିସି ସଭାପତି ଭକ୍ତଚରଣ ଦାସ କହିଥିଲେ, ଲୋକଙ୍କ ଘରେ ବିଦ୍ୟୁତ ନ ଥିବା ବେଳେ ସରକାର କୋଟି କୋଟି ଟଙ୍କାର ବିଜୁଳି କଳ କାରଖାନାକୁ ଦେଇ ଅନୁକମ୍ପା ପ୍ରଦର୍ଶନ କରୁଛନ୍ତି। ଖାଦ୍ୟ, ବସ୍ତ୍ର, ବାସଗୃହ ଭଳି ବିଜୁଳି ମଧ୍ୟ ବର୍ତ୍ତମାନ ଏକ ମୌଳିକ ଆବଶ୍ୟକତା। ଅନ୍ୟ ରାଜ୍ୟରେ କୃଷକଙ୍କୁ ବିଜୁଳି ଛାଡ଼ ହେଉଥିବା ବେଳେ ଓଡ଼ିଶାରେ ଏଭଳି ବ୍ୟବସ୍ଥା ନାହିଁ। ଆଜି ରାଜ୍ୟର ସମସ୍ତ ଜିଲ୍ଲା ସଦରମହକୁମାରେ ତାଲା ପକା ଅଭିଯାନ କରାଯାଇଛି। ସୁରକ୍ଷା ରାଶି ପ୍ରତ୍ୟାହାର ଓ ଘରୋଇ କୃଷକଙ୍କୁ ମାଗଣା ବିଜୁଳି ଯୋଗାଣ ନ ହେବା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ। ସାଧାରଣ ଜନତା ଟାଟା ପାୱାରର ଶୋଷଣ ବିରୋଧରେ ମୁହଁ ଖୋଲନ୍ତୁ, ପ୍ରତିବାଦ କରନ୍ତୁ।
Congress: ବେନିୟମ ସୁରକ୍ଷା ରାଶି ଓ ମାଗଣା ବିଦ୍ୟୁତ୍ ଯୋଗାଣକୁ ନେଇ କଂଗ୍ରେସର ବିକ୍ଷୋଭ
ଟାଟା କମ୍ପାନି ପକ୍ଷରୁ ଉପଭୋକ୍ତାଙ୍କୁ ବେନିୟମ ସୁରକ୍ଷା ରାଶି ଜମା ଦାବି ତଥା ଘରୋଇ ଓ କୃଷି କ୍ଷେତ୍ରକୁ ମାଗଣା ବିଜୁଳି ପ୍ରଦାନ କରିବାକୁ ନେଇ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
