ଭୁବନେଶ୍ବର: ଦିଅଁଙ୍କ ଦେଉଳରେ ଦାଦାଗିରି । ଠାକୁରଙ୍କୁ ନାହିଁ ଟିକେ ବି ଖାତିରି । ନା ଚକାଆଖିକୁ ଡର ନା ଆମ ଆରାଧ୍ୟ ଦେବତାଙ୍କ ପ୍ରତି ତିଳେ ମାତ୍ର ଭୟ । କଳା ପାହାଡ଼ ପରି ଆସିଲା, ଆତଙ୍କ ରଚିଲା । ଆଉ ଚାହୁଁଚାହୁଁ ତାଣ୍ଡବ ରଚି ସବୁକିଛି ଭାଙ୍ଗିରୁଜି ଚୁରମାର କରି ପଳେଇଲା । ନା ମହାପ୍ରଭୁଙ୍କୁ ଛାଡ଼ିଲା ନା ପାର୍ଶ୍ବ ଦେବାଦେବୀଙ୍କୁ… ବରଂ ଏ ନାସ୍ତିକ, ଏ ଅସାମାଜିକ ଯୁବକ ହାତୁଡ଼ିରେ ପିଟିପିଟି ଭାଙ୍ଗିଦେଲା ଶ୍ରୀଜଗନ୍ନାଥଙ୍କ ହାତ। ଯେଉଁ ବାହୁ ତଳେ ଏ ଜଗତ ସୁରକ୍ଷିତ, ଯେଉଁ ଭୁଜ ତଳେ ଏ ଦୁନିଆ ଆଲୋକିତ । ଯାହାଙ୍କ ଆଗରେ ମହାବାହୁ କହି ହାତ ଟେକି ଦେଲେ ସିଏ କୋଳେଇ ନିଅନ୍ତି… ସେହି କୋଟି ଓଡିଆଙ୍କ ମଉଡ଼ମଣି, କଳା ସାଆନ୍ତ, କାଳିଆ ଠାକୁରଙ୍କ ହାତକୁ ହାତୁଡିରେ ଭାଙ୍ଗି ଚାଞ୍ଚଲ୍ୟ ଖେଳାଇ ଦେଇଛି କଳିଯୁଗର ଏ କଳା ପାହାଡ଼…
Jay Jagannath: ମନ୍ଦିରରେ ପଶିଲା, ମୂର୍ତ୍ତି ଭାଙ୍ଗିଲା: ହାତୁଡ଼ିରେ ପିଟିପିଟି ଶ୍ରୀଜଗନ୍ନାଥଙ୍କ ହାତ ଭାଙ୍ଗିଦେଲା ଯୁବକ, ବର୍ତ୍ତିଲେନି ପାର୍ଶ୍ବ ଦେବାଦେବୀ…
ଦିଅଁଙ୍କ ଦେଉଳରେ ଦାଦାଗିରି । ଠାକୁରଙ୍କୁ ନାହିଁ ଟିକେ ବି ଖାତିରି । ନା ଚକାଆଖିକୁ ଡର ନା ଆମ ଆରାଧ୍ୟ ଦେବତାଙ୍କ ପ୍ରତି ତିଳେ ମାତ୍ର ଭୟ । କଳା ପାହାଡ଼ ପରି ଆସିଲା, ଆତଙ୍କ ରଚିଲା
