Cow Smugglers: ଗୋମାଫିଆଙ୍କ ଆତଙ୍କରେ ଭୟଭୀତ ଅଞ୍ଚଳବାସୀ: ଗୋରୁମାଫିଆଙ୍କ ଗୁଳିରେ ଗୋରକ୍ଷକ ଗୁରୁତର

ବୈଶିଙ୍ଗା:ମଙ୍ଗଳବାର ବିଳମ୍ବିତ ରାତିରେ ମୟୂରଭଞ୍ଜଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଯୁଗପୁରା-ଜାମନଣ୍ଡା ରାସ୍ତାରେ ଏକ ଚୋରା ଗୋବୋଝେଇ ଭ୍ୟାନକୁ ପିଛା କରୁଥିବା ବେଳେ ଗୁଳିମାଡ଼ର ଶିକାର ହେଲେ ଗୋରକ୍ଷକ ଉକ୍ତଗ୍ରାମର ରମେଶ ବିଶ୍ୱାଳ ଔରଫ ଦିପୁ l

୨ ରାଉଣ୍ଡ ଗୁଳିଚାଳନା କରି ମଛପଦା ପଟକୁ ଚମ୍ପଟ ମାରିଥିଲେ ଗୋମାଫିଆ

ସୂଚନା ଅନୁଯାୟୀ, ଗତକାଲି ରାତିରେ କିଛି ଗୋମାଫିଆ ବିଭିନ୍ନ ଅଞ୍ଚଳରୁ ଗୋମାତାମାନଙ୍କୁ ଚୋରି କରି ୨ଟି ଭ୍ୟାନ ଯୋଗେ ମୁଖ୍ୟ ରାସ୍ତାରେ ନଯାଇ ଯୁଗପୁରା ଦେଇ ଜାମନଣ୍ଡା ପଟକୁ ଯାଉଥିବା ସମୟରେ ଗ୍ରାମବାସୀ ଦେଖିବାକୁ ପାଇଥିଲେ l ତେବେ ଗ୍ରାମର କିଛି ଗୋରକ୍ଷକ ଯୁବକ ସେମାନଙ୍କ ପିଛା କରିଥିବା ସମୟରେ ସେମାନେ ଦ୍ରୁତ ଗତିରେ ଖସିଯିବାକୁ ବସିଥିଲେ l ତେବେ କଦଳିଆ ଛକ ନିକଟରେ ଗୋରକ୍ଷକ ଯୁବକ ଦିପୁ ଓ ତାଙ୍କ ସହଯୋଗୀ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିବା ବେଳେ ସେମାନେ ତାଙ୍କ ଉପରକୁ ୨ ରାଉଣ୍ଡ ଗୁଳିଚାଳନା କରି ମଛପଦା ପଟକୁ ଚମ୍ପଟ ମାରିଥିଲେ l ପରେ ପରିବାର ଲୋକ ପହଞ୍ଚି ଦିପୁଙ୍କୁ ବୈଶିଙ୍ଗା ଡାକ୍ତରଖାନାରେ ନେଇ ଚିକିତ୍ସା କରାଇଥିଲେ l

ତେବେ ଆଜି ସକାଳୁ ଉକ୍ତ ଗୋବୋଝେଇ ଭ୍ୟାନ ଭିତରୁ ଗୋଟିଏ ଭ୍ୟାନ ମଛପଦା ନିକଟସ୍ଥ ଜଙ୍ଗଲରେ ଜଳୁଥିବାର ଦେଖିଥିଲେ ଗ୍ରାମବାସୀ ଓ ପୁଲିସକୁ ଖବର ଦେଇଥିଲେ l ବୈଶିଙ୍ଗା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି l ଅନ୍ୟପଟେ ଗୋମାଫିଆଙ୍କ ଆତଙ୍କରେ ଭୟଭୀତ ଅଞ୍ଚଳବାସୀ l

 

 

ସୌଜନ୍ୟ ସମ୍ବାଦ