ଭୁବନେଶ୍ବର: ଦେଶର ଅଗ୍ରଣୀ ଏଲ୍ପିଜି କମ୍ପାନି ଗୋଗ୍ୟାସ୍ର ସାରା ଦେଶର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ୬୮ଟି ବଟଲିଂ କାରଖାନା ରହିଛି। ଏଥିସହିତ କମ୍ପାନି ଦେଶର ବିଭିନ୍ନ ଜିଲ୍ଲା ଓ ସହରରେ ଏହାର ଡିଲର୍ସିପ୍ର ସମ୍ପ୍ରସାରଣ କରୁଛି। ଆଶାୟୀ ଉଦ୍ୟୋଗୀମାନଙ୍କୁ କମ୍ପାନି ନିଜ ଡିଲର୍ ହେବାର ସୁଯୋଗ ଦେଇଛି। କମ୍ପାନିର ବଟଲିଂ କାରଖାନାରେ ଆଧୁନିକ ଭିତ୍ତିଭୂମି, ଉନ୍ନତ ସୁରକ୍ଷା ବ୍ୟବସ୍ଥା ଓ ଅତ୍ୟାଧୁନିକ ପ୍ରଯୁକ୍ତି ଥିବା କମ୍ପାନି କହିଛି। ଏ ସମ୍ପର୍କରେ କନଫିଡେନ୍ସ ପେଟ୍ରୋଲିୟମ୍ ଇଣ୍ଡିଆ ଲିମିଟେଡ୍ର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ନିତୀନ ଖାରା କହିଛନ୍ତି ଯେ ସର୍ବଭାରତୀୟ ସ୍ତରରେ ଆମର ୬୮ଟି ବଟଲିଂ କାରଖାନା ଗୋଗ୍ୟାସ୍ର ଜାତୀୟ ସମ୍ପ୍ରସାରଣରେ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ। ଶୀଘ୍ର ଡେଲିଭରି, ଉନ୍ନତ ଉପଲବ୍ଧତା ଓ ଉତ୍କୃଷ୍ଟ ସେବା ଜରିଆରେ ଗ୍ରାହକଙ୍କୁ ପ୍ରଭାବଶାଳୀ ଢଙ୍ଗରେ ସେବା ପ୍ରଦାନ କରିବାକୁ ତାହା ଆମକୁ ସକ୍ଷମ କରିଛି। ଦେଶର ପ୍ରତି ପରିବାର ଓ ବ୍ୟବସାୟ ପ୍ରତିଷ୍ଠାନ ପାଖରେ ସ୍ବଚ୍ଛ, ସୁରକ୍ଷିତ ଓ ସୁଲଭ ଇନ୍ଧନ ପହଞ୍ଚାଇବା ଆମର ଲକ୍ଷ୍ୟ ବୋଲି ସେ କହିଛନ୍ତି। ଗୋଗ୍ୟାସ୍ର ସମ୍ପ୍ରସାରଣ ଯୋଜନା ଦ୍ବାରା ଦେଶରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଯାହା ସ୍ଥାନୀୟ ଅର୍ଥନୀତି ଓ ଆନୁଷଙ୍ଗିକ ଶିଳ୍ପ ପାଇଁ ମଧ୍ୟ ସହାୟକ ହୋଇପାରିବ। ଗୋଗ୍ୟାସ୍ର ଉପସ୍ଥିତି ୨୫ଟି ରାଜ୍ୟରେ ରହିଛି।
ସୌଜନ୍ୟ ସମ୍ବାଦ

