କଟକ: କଟକ ପ୍ରତାପନଗରୀ ଅଞ୍ଚଳର ଏକ ଘରୋଇ ହସ୍ପିଟାଲରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ପୁତ୍ର ସନ୍ତାନ ଜନ୍ମ କରିଛନ୍ତି। ସ୍କୁଲରୁ ଫେରିବା ରାସ୍ତାରେ ଦୁଷ୍କର୍ମର ଶିକାର ହୋଇଥିବା ଏହି ନାବାଳିକା ଗର୍ଭବତୀ ହୋଇଥିଲେ। ତେବେ ଏ ସମ୍ପର୍କରେ ସିଡବ୍ଲ୍ୟୁସି ଜାଣିବା ପରେ ପୁଲିସ ସହାୟତାରେ ହସ୍ପିଟାଲରେ ଚଢ଼ଉ କରି ଉଭୟ ମା’ ଓ ଛୁଆଙ୍କୁ ଉଦ୍ଧାର କରିଛି। ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତନାଘନା ଚଳାଇଛି।

